ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଛ ସହିତ ମିତ୍ରତା

0 69

ବ୍ରହ୍ମପୁର,୧/୮ : ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ୱ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ୱସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପଞ୍ଚବଟୀ (ବଟ, ଅଶ୍ୱସ୍ତ, ବେଲ, ଓହଁଳା, ଅଶକ)ବୃକ୍ଷକୁ ମଧ୍ୟ ପ୍ରତିଷ୍ଠା କରି ସେହି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ନ ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା , ପ୍ରଫେସର ଡ଼ଃ ବି ନାଗେଶ୍ୱର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ । ହରେକୃଷ୍ଣ କୁଠୀଆ, ଶଙ୍କର ନାରାୟଣ ବେଜ୍‌, ବଳରାମ ପାଣିଗ୍ରାହି, ଆଞ୍ଚଳିକ ବିକାଶ ପରିଷଦ ସମ୍ପାଦକ ବିଜେନ୍ଦ୍ର ମାଝୀ ଓ ବହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହି,ସମ୍ପାଦକ ପ୍ରସନ୍ନ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଉପ ସଭାପତି ଦୀପକ କୁମାର ପାତ୍ର, ସହ ସମ୍ପାଦକ ଏ.ପ୍ରକାଶ, ବନମାଳୀ ପ୍ରଧାନ, କେ.କବିତା, ଏସ୍‌.ରବି କୁମାର୍‌, ସାଗର ସାହା, ପି. ବିନଦ, ପ୍ରକାଶ ଗୁପ୍ତା, ପ୍ରବୀଣ ନାୟକ, କୃଷ୍ଣଚନ୍ଦ୍ର ସାହୁ,ସୁଜିତ୍‌ ଗୌଡ଼, ଶିବରାମ ବେହେରା,ବାଲାଜୀ ବେହେରା,ଟି. ଦୂର୍ଗା ପ୍ରସାଦ,ବି. ସୂର୍ଯ୍ୟ ନାରାୟଣ ପାତ୍ର, ଗଣେଶ ପାଣିଗ୍ରାହୀ,ଆକାଶ ରାଉତ, ପ୍ରମୁଖ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

17 − seven =