ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ଜଳ ଯୋଗାଣ କାର୍ଯ୍ୟକାରିତାକୁନେଇ ଆପ୍‌ର ସମାଲୋଚନା

0 51

ପୁରୀ,୨/୮- ଦେଶରେ ପୁରୀ ସହର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ସାମିଲ ହୋଇଛି । ସହରର ୨.୫ଲକ୍ଷ ଲୋକେ ଓ ବାର୍ଷିକ ୨କୋଟି ପର୍ଯ୍ୟଟକ ଏହାଦ୍ୱାରା ଉପକୃତ ହେବେ । ପ୍ରତି ଲୋକେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ତେବେ ଏହି ଯୋଜନା ନେଇ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି । ସୁଜଳ ଯୋଜନା ପୂର୍ବରୁ ଥିଲା । ଦିଲ୍ଲୀ ସରକାର ପ୍ରତି ପରିବାରକୁ ମାସିକ ୨୦ହଜାର ଲିଟର ପାଣି ମାଗଣାରେ ଯୋଗାଉଛନ୍ତି । କିନ୍ତୁ ପୁରୀରେ ଘରେ ଘରେ ଜୋରଜବରଦସ୍ତ ୱାଟର ମିଟର ଲଗାଯାଇଛି । କିଛି ଅଂଚଳରେ ୫୦୦ରୁ ୭୦୦ବିଲ ଆସିଲାଣି । ସୁଜଳ ଯୋଜନା ୱେବସାଇଟରେ ଜଣକୁ ପ୍ରତିଦିନ ୪୦ଲିଟର ପାଣି ମାଗଣାରେ ଯୋଗାଇଦେବାକୁ ଉଲ୍ଲେଖ ରହିଛି । ଏଭଳି ସ୍ଥଳେ ଡ୍ରିଙ୍କ ଫ୍ରମ ଟେପ ଯୋଜନା ନାଁରେ ବିଲ ଆଦାୟକୁ ବିରୋଧ କରିଛି ଆମ ଆଦମୀ ପାର୍ଟି । ସେହିପରି ବିଶୁଦ୍ଧ ପାନୀୟ ଜଳର ମାନ ଓ ଗୁଣବତ୍ତା ଯାଞ୍ଚ ପାଇଁ ମଧ୍ୟ ବ୍ୟବସ୍ଥା ହୋଇନାହିଁ । ରାଣ୍ଡମ ନୁହେଁ ବରଂ ଘର ଦୁଆର ମୁହଁରେ ଲାଗିଥିବା ଟ୍ୟାପରୁ ପାନୀୟ ଜଳର ମାନ ପରୀକ୍ଷା ପାଇଁ ଦାବୀ କରିଛି ଆମ ଆଦମୀ ପାର୍ଟି । ବିଲ ଆଦାୟ ନକରି ପ୍ରତି ପରିବାରକୁ ମାସିକ ସର୍ବନିମ୍ନ ୨୦ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ମାଗଣାରେ ଯୋଗାଇବାକୁ ଦଳ ଦାବୀ କରିଛି ।

hiranchal ad1
Leave A Reply

Your email address will not be published.

four × 2 =