ପୂଜକଙ୍କ ଘରୁ ୩୦ଲକ୍ଷ ଟଙ୍କା ଚୋରି ପ୍ରସଙ୍ଗ: ଅଭିଯୋଗକାରୀ ପୂଜକ ହିଁ ମୁଖ୍ୟ ଅଭିଯୁକ୍ତ

0 391

ରାୟଗଡ/୨/୮/୨୧: ରାୟଗଡ ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ପୂଜକ ବାଙ୍କୁପାଲି ବିଶ୍ୱାଗଣପତି ଓରଫ୍ ଗଣେଷ ଶର୍ମାଙ୍କ ଘରୁ ଗତ ଜୁଲାଇ ୩୧ତାରିଖରେ ୩୦ଲକ୍ଷ ଟଙ୍କା ସହ ୧୦ଭରୀ ସୁନା ଅଳଙ୍କାର ଚୋରି ଘଟଣାର ଫର୍ଦ୍ଦାଫାସ କରିଛି ରାୟଗଡ ଥାନା ପୋଲିସ । ଅଭିଯୋଗକାରୀ ପୂଜକ ହିଁ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ରାୟଗଡ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମପ୍ରସାଦ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ତଦନ୍ତକାରୀ ଟିମର ଅଭିଯୁକ୍ତଙ୍କ ଠାରୁ ନଗଦ ୨୪ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଜବତ କରାଯାଇଛି । ଏ ନେଇ ରାୟଗଡ ଥାନା କେସ ନମ୍ବର ୧୫୯ ପ୍ରକାରେ ୟୁ/ଏସ ୪୫୭/୩୮୦ଆଇପିସି ଧାରାରେ ଅଭିଯୁକ୍ତ ପୂଜକ ଗଣେଷ ଶର୍ମାକୁ ଗିରଫ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାରକୁ ନିଜେ ଅକ୍ତିଆର କରିବା ଉଦ୍ଦେଶ୍ୟରେ ଘରେ ଚୋରି ହୋଇଥିବା ଷଡଯନ୍ତ୍ର ରଚିଥିଲା ବୋଲି ଅତିରିକ୍ତ ଏସ.ପି.ଶ୍ରୀ ସାହୁ ପ୍ରକାଶ କରିଥିଲେ । ସୂଚନା ପ୍ରକାରେ ବାର୍ଦ୍ଧକ୍ୟ ଭତା ଯୋଜନାରେ ନିଜ ବୃଦ୍ଧ ମା’ଙ୍କୁ ଅର୍ନ୍ତଭୁକ୍ତ କରିବା ପାଇଁ ଗତ ରବିବାର ଦିନ ପୂଜକ ଗଣେଷ ନିଜ ମାଁଙ୍କୁ ସାଥିରେ ନେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଳା ପାଲକୋଣ୍ଡାକୁ ଯାଇଥିଲେ । ଗତ ୩୧ତାରିଖରେ ସେ ପାଲକୋଣ୍ଡାରୁ ରାୟଗଡ ନିଜ ଘରକୁ ଫେରିଥିବା ବେଳେ ତାଲା ଭାଙ୍ଗି ଘରେ ଥିବା ୩୦ଲକ୍ଷ ଟଙ୍କା ସହ ୧୦ଭରି ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଗତ ଜୁଲାଇ ୩୧ତାରିଖ ଦିନ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୂଜକ ଗଣେଷ ଶର୍ମା । ଅଭିଯୋଗକୁ ଭିତି କରି ଏସଡିପିଓ ଦିବ୍ୟଜ୍ୟୋତି ଦାସ,ତଦନ୍ତକାରୀ ଅଧିକାରୀ ତଥା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ,ଏସ.ଆଇ.ଶିବଶଙ୍କର ସାହୁ,ମାନସ କୁମାର ସାହୁ ଏବଂ ଏଏସଆଇ ପି.ରାବଣାଙ୍କୁ ନେଇ ଜିଲ୍ଳା ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତଦନ୍ତ ସମୟରେ ପୂଜକ ଗଣେଷ ଶର୍ମା ସବୁତକ ଟଙ୍କା ଓ ସୁନା ଅଳଙ୍କାରକୁ ଦେଖି ଲୋଭୀ ମନୋଭାବ ରଖି ଚୋରି କରିଥିବା ନେଇ ସ୍ୱୀକାର କରିଥିଲା । ପୂଜକ ରହୁଥିବା ଘରୁ ପୋଲିସ ନଗଦ ୨୪ଲକ୍ଷ ଟଙ୍କା ସହ ଦୁଇଟି ସୁନାହାର ଓ ମୁଦି ଜବତ କରିଥିବା ବେଳେ ପୋଲିସ ତଦନ୍ତରୁ ସେ ବର୍ତିବାକୁ ୩୦ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଆଇଆଇସି ରଶ୍ମିରଂଜନ ପ୍ରଧାନ,ଏସ.ଆଇ.ଶିବଶଙ୍କର ସାହୁ,ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

three × two =