ବିଜେପି ଯୁବମୋର୍ଚ୍ଚା ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା

0 148

ବୌଦ୍ଧ,୩/୮: ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ରାମେଶ୍ୱର ମନ୍ଦିର ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ନାରାବାଜିକରି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଓଡିଶା ସରକାରଙ୍କ ଷ୍ଟାଫ୍‌ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି । ଓଡିଶା ସରକାରରେ ମୋ ସରକାର – ୫ଟି ସ୍ୱତନ୍ତ୍ର ବିଭାଗ ହେଲାପରେ ରାଜ୍ୟରେ ଅଧିକ ଦୁର୍ନୀତି ବଢିଛି । ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ନେତାଙ୍କୁ ସୁରକ୍ଷା ଦେଉଛି ବୋଲି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ ଆଣିଛି । କମିଶନର ଜଣେ ସଦସ୍ୟଙ୍କର ପିଏସ୍‌ ଚାକିରି ପରିବର୍ତ୍ତେ ଯେଉଁ ଟଙ୍କା କାରବାର କରୁଥିଲେ ଏହାର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ବିଷୟକୁ ତଦନ୍ତର ପରିସରଭୁକ୍ତ କରାଯାଉ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟ ଦାବୀ କରିଥିଲେ । ଏଥିସହିତ ବୌଦ୍ଧଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ବୌଦ୍ଧ ଜିଲ୍ଲାରେ ବେକାର ଯୁବକ ଯୁବତୀ ମାନଙ୍କୁ ୨୧ ବର୍ଷ ନବୀନ ବାବୁଙ୍କ ଶାସନରେ ଖଣ୍ଡିଏ ଚାକିରି ପାଇନଥିବା ବଡ ଦୁଃଖର ବିଷୟ ବୋଲି ବର୍ଣ୍ଣନା କରିଥିଲେ । ବୌଦ୍ଧଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ ବେକାର ଯୁବକ ଯୁବତୀ ମାନଙ୍କୁ ତୁରନ୍ତ ଯୋଗ୍ୟତା ଅନୁଯାୟୀ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସଭାପତି ମାଗୁଣି ଗାଈଗୌରିଆ, ପ୍ରେମାନନ୍ଦ ମିଶ୍ର , କୃଷକମୋର୍ଚ୍ଚା ରାଜ୍ୟ ସଂଯୋଜକ ମନ ରଞ୍ଜନ ଦାସ, ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ କୁମାର ବାଘ, ଓମ ପ୍ରକାଶ ମିଶ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ନାରୀନେତ୍ରୀ ନମିତା ରାଣୀ ଦାସ, ନାରାୟଣ କର୍ମୀ, ବାମନ ବାରିକ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ , ଗଣେଶ୍ୱର ବେହେରା, ବିଶିକେସନ ପ୍ରଧାନ, ସୁନୀଲ କ୍ଷେତି , ଦାମ ମିଶ୍ର, ସରୋଜ କୁମାର ପ୍ରଧାନ, କୈବଲ୍ୟ ପ୍ରଧାନ, ବିଶି କେସନ ମେହେର, ପଙ୍କଜ ବାରିକ, ବୃନ୍ଦାବନ ଦନ୍ତା, ସରୋଜ କୁମାର ମେହେର ପ୍ରମୁଖ ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 + one =