ଫାଇନାଲରେ ରେସଲର ରବି କୁମାର, ପକ୍କା କଲେ ରୌପ୍ୟ ପଦକ

0 117

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା । ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ । ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ । ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ । କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି ।ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ । ସେମି ଫାଇନାଲ ତାଙ୍କର ମୁକାବିଲାରେ କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା । ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 8 =