ନୟାଗଡ,୪/୮: – ଆଜି ଅପରାହ୍ନରେ ଦଶପଲ୍ଲା ଏନ୍ ଏ ସି ଅଂଚଳ ଗସ୍ତ କରିଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ଏନ୍ ଏ ସି ଅଂଚଳରେ ନିର୍ମାଣାଧୀନ ପାର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିବା ସହିତ ପାର୍କ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବାକୁ ଏନ୍ଏସି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଦଶପଲ୍ଲାର ବହୁ ପୁରାତନ ଗଣେଶ ବଜାର ପରିବା ମାର୍କେଟର ପିଣ୍ଡିର ଲୋକାର୍ପଣ କରିଥିଲେ । କିଛିଦିନ ଧରି ବିଧାୟକ ଶ୍ରୀ ବେହେରା ମାରାଥନ୍ ଗସ୍ତକରି ଦଶପଲ୍ଲାର ବିଭିନ୍ନ ଅଂଚଳ ଗସ୍ତକରି, ଜନସାଧାରଣଙ୍କ ସୁଖଦୁଃଖରେ ଭାଗିହେବା ସହିତ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ, ଦିନରାତି ଏକ କରିଦେଉଥିବା ଦେଖିବାକୁ ମିଳୁଛି । କରୋନା ମହାମାରୀର ଉପସ୍ଥିତିକୁ ଖାତିର୍ ନକରି, ଜନ ମାନସର ସେବାରେ ନିଜକୁ ଏକାକାର୍ କରିଦେଇଥିବା ଯୁବ ବିଧାୟକଙ୍କର ଏତାଦୃଶ ସେବା ମନୋଭାବକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।