ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ କଂଗ୍ରେସ ଓ ବିଜେପିର ବିକ୍ଷୋଭ

0 77

ପୁରୀ,୪/୮- ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ପୁରୀରେ ରାଜରାସ୍ତାକୁ ଓହ୍ଲାଇଛି ଉଭୟ କଂଗ୍ରେସ ଓ ବିଜେପି । ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ହସ୍ପିଟାଲ ଛକରୁ ବାହାରି କଚେରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ଯାଞ୍ଚ ପାଇଁ ଛାତ୍ର କଂଗ୍ରେସ ଦାବୀ କରିଛି । ସେହିପରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସିବିଆଇ ତଦନ୍ତ ଦାବୀ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ଏକ ମୋହରା ମାତ୍ର । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଭୟ ଦଳ ଦାବୀ କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଓ ଯୁବ ବିଜେପି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

4 × 1 =