ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

0 97

ଗଜପତି,୫/୮- ପ୍ରଗତିଶୀଳ ମହିଳା ସଂଗଠନ ଆକାଂକ୍ଷାର ପ୍ରତିଷ୍ଠାତା ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆକାଂକ୍ଷା ମହିଳା ସଂଗଠନ ବଡ଼ ବ୍ରାହ୍ମଣ ସାହି ଅ ।ନୁକୂଲ୍ୟରେ ଅନୁଷ୍ଠିତ ହୋଇସାରିଛି । ଗବେଷିକା ମିନାକ୍ଷୀ ସାହୁ ଥିଲେ ଜଣେ ମହିଳା ସଂଗଠନର ସଭାନେତ୍ରୀ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆକାଂକ୍ଷା ମହିଳା ସଂଗଠନ ଆଜି ଜିଲ୍ଲା ମହିଳା ସଶକ୍ତିକରଣରେ ଅଗ୍ରଣୀ ଭୂମିକା ନେଇଛି ସେ ଜଣେ ଲେଖିକା ସମାଜ ସେବୀ ଭାବେ ସେ ସର୍ବତ୍ର ପରିଚିତ । ଆଜିର ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ପ୍ରତି ଭକ୍ତି ସୁମନ ଅର୍ପଣ କରାଯାଇଥିଲା । ତାଙ୍କରି ସ୍ମୃ୍ମୃତିରେ ସ୍ୱୟଂ ସିଦ୍ଧା ମିନାକ୍ଷୀ ଏକ ଅଲିଭା ସଳିତା ପୁସ୍ତକ ପ୍ରକାଶିତ ହେବା ପାଇଁ ସ୍ଥିର କରାଗଲା ।ଶ୍ରୀମତି ଛାୟାବତି ସାହୁ,ମଧୁସ୍ମିତା ନନ୍ଦ,ଆକାଂକ୍ଷାର ସଭାନେତ୍ରୀ ଭାରତୀ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଆକାଂକ୍ଷା ସମ୍ପାଦିକା ଶ୍ରୀମତି ତନୁଜା ଶତପଥୀ ସମଗ୍ର କାର୍ଯ୍ୟକୁ ସମ୍ପାଦନା କରିଥିଲେ ।

hiranchal ad1
Leave A Reply

Your email address will not be published.

six + fifteen =