କେନ୍ଦୁଝର,୬/୮- କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଳକର ଉଦୟପୁର ଗ୍ରାମପଞ୍ଚାୟତର ମାଙ୍କଡ଼ଡିହା ସାହିରେ ବାସ କରନ୍ତି ବେଲମୁଣ୍ଡା । ୭ ପ୍ରାଣି କୁଟୁମ୍ବ , ଝିଅ ଦୁଇ ଜଣ , ପୁଅ ୩ଜଣ ଏବଂ ସ୍ୱାମୀ । ବାସସ୍ଥାନ କହିଲେ ଝାଡି ପତ୍ରରେ ନିର୍ମାଣ ହୋଇଥିବା କୁଡ଼ିଆ ତା ଉପରେ ପ୍ଲାଷ୍ଟିକ ଘୋଡ଼ା ଯାଇଛି । ସେହି ସ୍ଥାନରେ ସେ ୩୦ ବର୍ଷ ହେଲାଣି ରହିଲେଣି । “ସରକାରଙ୍କୁ ପ୍ରତ୍ୟେକ ଥର ଭୋଟ ଦେଉଛି କିନ୍ତୁ କେହିହେଲେ ଥରେ ବି ମୋ କୁଡିଆଟିକୁ ଦେଖିବାକୁ ଆସିନାହାନ୍ତି “କୋହଭରା କଣ୍ଠରେ କହନ୍ତି ବେଲ ମୁଣ୍ଡା । ଖରାବର୍ଷାରେ ଦିନ କଟେ ରାତି ଦିନ ବିଷାକ୍ତ ସରୀସୃପ , କୀଟପତଙ୍ଗର ଭୟ ଥାଏ । ଖାଲି ରାଶନ କାର୍ଡରେ କିଛି ରାଶନ ମିଳିଥାଏ ଏତଦ ବ୍ୟତୀତ ଅନ୍ୟ କିଛି ସରକାରୀ ସାହାଯ୍ୟ ପାଇନଥାନ୍ତି । ୪ ଡେସିମିଲ ସରକାରୀ ଜାଗା ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ । ଘରପାଇଁ ସାହାରପଡ଼ା ବ୍ଳକରେ ଆଦେବନ କରିଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିବାର ଜଣାଯାଏ । ଆମେ ଏହାର ସତ୍ୟତା ଜାଣିବାକୁ ଯେତେବେଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ସେ ଫୋନ ରିସି ଭ କରିନଥିଲେ । ସରପଞ୍ଚ ଙ୍କୁ ଫୋନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ । ଏ ସମ୍ବନ୍ଧରେ ଆମେ ଏମଏଲଏଙ୍କ ସହ ଆଲୋଚନା କରିଥିଲୁ, ସେ ଆମକୁ କହିଥିଲେ ମୁଁ ନିଶ୍ଚୟ ସେ ଲୋକଙ୍କୁ ଦେଖା କରିବି ।