ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ

0 121

ଗଜପତି,୭/୮- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ତୋଫାନ୍‌ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କରିଛି । କିଛି ଖବର କାଗଜରେ ଏହି ଘଟଣା ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଚାଇଲଡଲାଇନର ୨ ଜଣ ସଦସ୍ୟ ଟି.ସୁରେଶ ଏବଂ ଗଙ୍ଗା ବଡରଇତ ରାୟଗଡ ଗ୍ରାମରେ ପହଞ୍ଚି ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଆବଶ୍ୟକ କାଗଜପତ୍ର ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରୁ ସଂଗ୍ରହ କରିଥିଲେ । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଶିଶୁ ମାନଙ୍କୁ ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନ, ଗୁମ୍ମାରେ ଥଇଥାନ କରାଯାଇଛି । ଶିଶୁ ମାନଙ୍କର ବୟସ ୧୨ ଏବଂ ୮ ବର୍ଷ ହୋଇଥିଲା ବେଳେ ସେମାନେ ରାୟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ମ ଏବଂ ୨ୟ ଶ୍ରେଣୀରେ ପାଠ ପଢୁଥିଲେ । ବର୍ତ୍ତମାନ ସେମାନଙ୍କୁ ଗୁମ୍ମାର ସରକାରୀ ବିଦ୍ୟାଳୟରେ ନାମ ଲେଖାଯାଇ ସେମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଯିବ । ସେମାନଙ୍କର ସମସ୍ତ ଯତ୍ନ ଓ ସୁରକ୍ଷା ଜିଲ୍ଲା ପ୍ରଶାସନ ତରଫରୁ ନିଆଯିବ ଏବଂ ଆଶୀର୍ବାଦ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ମାସିକ ୧୦୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।

hiranchal ad1
Leave A Reply

Your email address will not be published.

one × two =