ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

0 152

ଭୁବନେଶ୍ୱର: ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଉଇସ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ବି କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲୁନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବୁ । ମୋର ପରିବାର, ଶୁଭେଚ୍ଛୁକ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରେ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ସମୃଦ୍ଧିର କାମନା କରିଛନ୍ତି ଅନୁଭବ।

hiranchal ad1
Leave A Reply

Your email address will not be published.

4 × three =