କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ

0 80

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ।  ଏହାରି ଭିତରେ କରୋନା ଟିକାକୁ ନେଇ କରାଯାଇଥିବା ଷ୍ଟଡିରୁ ଆଇସିଏମଆର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ।  କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ମିଶ୍ରଣ ଡୋଜ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ତଥ୍ୟରୁ ଜଣାଯାଇଛି ।  ଏହି ମିଶ୍ରଣ ଡୋଜ ସୁରକ୍ଷିତ ସହ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସହାୟକ ବୋଲି କୁହାଯାଇଛି । ଭାରତରେ ଦୁଇଟି ଭିନ୍ନ ଭିନ୍ନ କମ୍ପାନୀର ଟିକା ଡୋଜ୍‌କୁ ନେଇ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣରେ କୋଭାକ୍ସିନ୍ ଓ କୋଭିସିଲ୍ଡର ମିଶ୍ରିତ ଡୋଜ୍ ନେଉଥିବା ଲୋକମାନଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଛି।ଇଣ୍ଡିଆଇନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ ଦ୍ଵାରା ଏହି ପରୀକ୍ଷଣ କରାଯାଇଛି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷଣ କରିବାକୁ ସୁପାରିଶ କରିଥିଲା। ଏହି ଅଧ୍ୟୟନରୁ ଜଣା ପଡିଛି ଦୁଇଟି ଭିନ୍ନ କମ୍ପାନୀର ଭ୍ୟାକ୍ସିନର ଡୋଜ୍ ମିଶ୍ରିତ କରି ନେଇଥିବା ବ୍ୟକ୍ତି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏପର୍ୟ୍ୟନ୍ତ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିନାହିଁ।

hiranchal ad1
Leave A Reply

Your email address will not be published.

seventeen + 11 =