କନ୍ଧମାଳ ଜିଲ୍ଲାରେ ଚାଷୀମାନଙ୍କୁ ଉନ୍ନତ ଯନ୍ତ୍ରପାତି ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ

0 198

ଫୁଲବାଣୀ,୮/୮- କନ୍ଧମାଳ ଜିଲ୍ଲାରେ ଥିବା ଚାଷୀମାନଙ୍କୁ ସେମାନଙ୍କ ନିଜସ୍ୱ ଉନ୍ନତ ଜ୍ଞାନ କୌଶଳରେ ଉନ୍ନତ ଯନ୍ତ୍ରପାତି ନିର୍ମାଣ କରିବାକୁ ତଥା ଏଥିରେ ଅନ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲାର ୪ ଜଣ ଅଗ୍ରଣୀ ଚାଷୀ ମାନଙ୍କୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାର ଟିକାବାଲି ବ୍ଳକ ଅଂଚଳର ସିରିଡିକିଆ ଗ୍ରାମର ସୁଧାକର କହଁର, କୋଟଗଡର ବଶିଷ୍ଠ ପ୍ରଧାନ ଏବଂ ଯୋଗେନ୍ଦ୍ର ମଲ୍ଲିକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଏବଂ ନିତନ ପରିକଳ୍ପନା ନିମନ୍ତେ ଚାଷୀ ଗଣେଶ ରଣାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହାଦ୍ୱାରା ସେମାନେ ନିଜେ ଚାଷ ପାଇଁ କିଛି ଉନ୍ନତ ନିଜସ୍ୱ ଜ୍ଞାନ କୌଶଳରେ କୃଷି ଯନ୍ତ୍ରପାତିର ନିର୍ମାଣ କରିବା ସହିତ ସେମାନଙ୍କ ଅଂଚଳର ଚାଷୀମାନଙ୍କ ପାଇଁ ଏହି ଦିଗରେ ପ୍ରେରଣା ସ୍ରୋତ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି କହିଛନ୍ତି । ଏହି ଅବସରରେ ଆତ୍ମାର ଉପପ୍ରକଳ୍ପ ନିର୍ଦ୍ଦେଶକ ଅନିଲ କୁମାର ପ୍ରହରାଜ, ପରିଯୋଜନା ଅଧିକାରୀ ରାମପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight − seven =