ରାୟଗଡ/୮/୮- ରାୟଗଡ ଜିଲ୍ଳା ସଦର ମହକୁମା ଉପକଣ୍ଠସ୍ଥିତ ବାରିଝୋଲା ବାଇପାସ୍ ମୁଖ୍ୟରାସ୍ତାର ଉଭୟ ପଟେ ଜିଲ୍ଳା ବିଜୁ ଯୁବ ଜନତା ଦଳର ସଭାପତି ଦେବାଶିଷ ଖାଡଙ୍ଗା ଓ ରାୟଗଡ ନଗର କମିଟି ବିଜୁ ଜନତା ଦଳର ସଭାପତି ସତ୍ୟନାରାୟଣ ପାଢୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ସମୟରେ ଅମ୍ଳଜାନର ଆବଶ୍ୟକତାକୁ ସାରା ବିଶ୍ୱ ଉପଲବ୍ଧ କରିପାରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସବୁଜ ବଳୟରେ ପରିଣତ କରି ପରିବେଶର ଯତ୍ନ ଓ ତାହାର ସୁରକ୍ଷା ନିମନ୍ତେ ବୃକ୍ଷରୋପଣକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଆହ୍ୱାନକୁ ପରିପୂର୍ଣ୍ଣ କରିବା ପାଇଁ ରାୟଗଡ ଜିଲ୍ଳା ବିଜୁ ଯୁବ ଜନତା ଦଳ ଓ ରାୟଗଡ ନଗର ବିଜେଡି କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବିଭିନ୍ନ କିସମର ବୃକ୍ଷ ଯଥା,ଅଁଳା,ନୀମ,ବାଦାମ ଭଳି ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତୀ ଜଗନ୍ନାଥ ସାରକା,ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଲାଲବିହାରୀ ହିମିରିକା ପ୍ରମୁଖ ମୁଖ୍ୟଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରାଧ୍ୟକ୍ଷ ନିରଂଜନ ବକ୍ସିପାତ୍ର, ପୂର୍ବତନ କାଉନସିଲର ପି.ଶଙ୍କର ରାଓ, ଇଶ୍ୱର ରାଓ, ଶ୍ରୀମତି ମଞ୍ଜୁଶ୍ରୀ ମୁଖାର୍ଜୀ,ବିଜୁ ଜନତା ଦଳ ଜିଲ୍ଳା ସଂପାଦକ ପି.ସାଇପ୍ରସାଦ, ଯୁବ ଜିଲ୍ଳା ସଂପାଦକ ଦିଲ୍ଳିପ ସାହୁ, ଦେବଦତ୍ତ ନନ୍ଦ,ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି, କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତି ଶ୍ରମିତା ପାଢୀ, ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତି ଅମ୍ବିକା ବିଡିକା,ନଗର ସଭାନେତ୍ରୀ ଶ୍ରୀମତି ପି.ଲତା,ନାରୀନେତ୍ରୀ ଜୟନ୍ତୀ ମହାରଣା,ଯୁବନେତା ସନ୍ତୋଷ ରଥ,ପ୍ରମୋଦ ସାହୁ,ଉମେଶ ଜେନା,ବାଳକୃଷ୍ଣ ପଟ୍ଟନାୟକ,ଡିଡୁ କଣ୍ଡାଗରୀ,ତୁବାଟୀ ରାମୁ,ମାଦାରାଓ କଣ୍ଡାଗରୀ,ଶିବ କୈବର୍ତଙ୍କ ସମେତ ଆଇନଜୀବି ବିରଜା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।