ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

0 54

ଗଞ୍ଜାମ,୯/୮ : ବ୍ରହ୍ମପୁର ଅଖିଳ ଭାରତୀୟ କଂଗ୍ରେସ କମିଟି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଯୁଗ୍ମ ନିଷ୍ପତ୍ତି ତଥା ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ “ଅଗଷ୍ଟ କ୍ରାନ୍ତି ଦିବସ’ ପାଳନ କରାଯାଇଛି । ପ୍ରଥମେ କଂଗ୍ରେସ କର୍ମୀ ଓ ନେତାମାନେ ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ମହାତ୍ମା ଗାନ୍ଧୀଙ୍କ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନ କରିଥିଲେ । ଏହାପରେ ସହରରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପତିମୂର୍ତ୍ତି ଯଥା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁସୂଦନ ଦାସ, ପଦ୍ମଶ୍ରୀ ମୋହନ ନାୟକ, ଭାରତ ରତ୍ନ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ,ଉତ୍କଳମଣି ଗୋପବନ୍ଧୁ ଦାସ, ଦିବାକର ପଟ୍ଟନାୟକ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆଦି ସଂଗ୍ରାମୀ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବଦଳ ମୁଖ୍ୟ କିଶୋର କପୂର ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ କର୍ମୀ ଓ ନେତା ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 4 =