ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଓ ଆଥରଙ୍କ ମଧ୍ୟରେ ଛାଡପତ୍ର

0 348

ନୂଆଦିଲ୍ଲୀ: ଆଇଏଏସ୍‌ ଅଧିକାରୀ ଟିନା ଡାବି ଏବଂ ଆଥର ଆମୀର ଖାନଙ୍କ ସମ୍ପର୍କ ଛାଡପତ୍ର ସହିତ ଶେଷ ହୋଇଛି । ୨୦୧୮ ରେ ସେମାନଙ୍କର ବିବାହ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଏଥିରେ ବହୁ ରାଜନେତା ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଟିନା ଡାବି ୨୦୧୫ ରେ ସିଭିଲ ସର୍ଭିସେସ୍‌ ପରୀକ୍ଷା ରେ ଶୀର୍ଷରେ ରହିଥିଲେ । ସେହି ବର୍ଷ ଆଥର ଆମୀର ଖାନ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦୁହେଁ ପ୍ରଥମେ ପ୍ରେମରେ ପଡିଥିଲେ ଏବଂ ପରେ ଉଭୟେ ବିବାହ କରିଥିଲେ । ଖବର ଅନୁଯାୟୀ, ଉଭୟ ପାରସ୍ପରିକ ସହମତିରେ ନଭେମ୍ବରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

hiring


ଦିଲ୍ଲୀର ସମ୍ମାନଜନକ ଲେଡି ଶ୍ରୀରାମ କଲେଜରୁ ଟିନା ଡାବି ସ୍ନାତକ ହାସଲ କରିଥିଲେ । ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ଶୀର୍ଷରେ ରହି ଚର୍ଚ୍ଚାକୁ ଆସିଥିଲେ । ତାଲିମ ସମୟରେ ସେ କାଶ୍ମୀରର ଅନନ୍ତନାଗର ଆଥର ଖାନଙ୍କୁ ଭେଟିଥିଲେ । ଉଭୟ ଏପ୍ରିଲ ୨୦୧୮ ରେ ଦିଲ୍ଲୀରେ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three − one =