ରେଳମନ୍ତ୍ରୀଙ୍କ ଆସିବା ସମ୍ଭାବନା: ଫାଟକ ଷ୍ଟେସନରେ ସଫେଇ ଅଭିଯାନ

0 194

ସମ୍ବଲପୁର,୧୧/୮- ଆଗାମୀ ଦିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ବଲପୁର ଆଗମନକୁ ନେଇ ଏଠାରେ ସବୁଆଡେ ଉତ୍ସବ ମୁଖରିତ । ବାସ୍ତବରେ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ଏକ ନୂଆଁ ରେଳମାର୍ଗ ବିଷୟରେ ଅନୁଧ୍ୟାନ କରିବା ପାଇଁ ତାଙ୍କର ବରଗଡ଼ ଗସ୍ତ ଥିବାରୁ ତାଙ୍କୁ ସମ୍ବଲପୁର ଆଣିବା ପାଇଁ ଚେଷ୍ଟା କରାଯାଉଛି । ଏଠାରେ ରେଳମାର୍ଗର ଦୋହରିକରଣ ପରିଯୋଜନା ଅନୁସାରେ ସମ୍ବଲପୁର ରୋଡ ଷ୍ଟେସନକୁ, ଯାହାକି ପୂର୍ବରୁ ଫାଟକ ନାଁ ରେ ପରିଚିତ, ଭଙ୍ଗାଯିବା ପ୍ରାୟତଃ ଚୁଡାନ୍ତ ହୋଇଯାଇଛି, କିନ୍ତୁ ଏହାକୁ ଏକ ଐତିହ୍ୟ ଷ୍ଟେସନ ରୂପେ ସୁରକ୍ଷିତ ରଖାଯାଉ ବୋଲି ପ୍ରବଳ ଦାବି କରାଯାଉଛି ।

hiring

ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଉକ୍ତ ଷ୍ଟେସନ ପରିଦର୍ଶନ କରିବା ସମ୍ଭାବନା ରହିଛି । ଏଥିପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣରୂପେ ଅବହେଳିତ ହୋଇ ଜରାଜୀର୍ଣ୍ଣ ସ୍ଥିତିରେ ରହିଥିବା ଏହି ଐତିହାସିକ ରେଳଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳ ସଫାସୁତୁରା କରାଯାଇ କିଛି ସ୍ଥାନରେ ରଙ୍ଗ ମଧ୍ୟ ବୋଳାଯାଉଛି ।

hiranchal ad1
Leave A Reply

Your email address will not be published.

two × one =