ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା, ଡାକ୍ତର ନିୟୋଜିତ ପାଇଁ ଅଞ୍ଚଳବାସୀଙ୍କ ଦାବୀ

0 180

ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୮: ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର । ଫାର୍ମାସିଷ୍ଟ ଭରସାରେ ଚାଲିଛି ଡ଼ାକ୍ତରଖାନା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନାହିଁ । ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗଦାପୁର ସରକାରୀ ଚିକିତ୍ସାଳୟରେ ।
ସରକାର ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳରେ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗଦାପୁର ସରକାରୀ ଚିକିତ୍ସାଳୟ ଦୀର୍ଘ ଦିନ ହେବ ମହିଳା ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି । ଡାକ୍ତର ନଥିବାରୁ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନଥିବା ବେଳେ ଅଧିକାଂଶ ସମୟରେ ଡାକ୍ତରଖାନାରେ ତାଲା ଝୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି । ଦାରିଙ୍ଗବାଡି ବ୍ଲକର ଗଦାପୁର, ସରାମୁଳି, ତାଜୁଙ୍ଗୀ ଓ ହାତିମୁଣ୍ଡା ଚାରୋଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ । ଦୀର୍ଘ ଦିନରୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଡାକ୍ତର ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେବାକୁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ ।

hiring

ସେପଟେ ଡାକ୍ତରଖାନାର ପାରିପାର୍ଶ୍ୱିକ ଅବସ୍ଥିତି ଠିକ୍‌ ନଥିବା ସହ ବର୍ଷାଦିନେ ଛାତରୁ ପାଣି ଗଳୁଛି । ଅନ୍ୟପଟେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗାଇଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ଫାର୍ମାସିଷ୍ଟ । ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଆବଶ୍ୟକ କର୍ମଚାରୀ ଯୋଗାଇଦେଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।

hiranchal ad1
Leave A Reply

Your email address will not be published.

15 + 11 =