ଅଜଣା ଗାଡି ଧକ୍କାରେ ମହିଳା ଗୁରୁତର

0 469

ବୌଦ୍ଧ,୧୨/୮- ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଗୁଡପଡା ଗ୍ରାମର ଜଣେ ମହିଳା ସୁଭଦ୍ରା ନନ୍ଦି (୬୦) ବୌଦ୍ଧ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ନିଜ ଗାଁକୁ ଫେରୁଥିଲେ । ବୌଦ୍ଧରୁ ୫ କି.ମି. ଦୂର ୫୭ ନଂ ଜାତୀୟ ରାଜପଥରେ ସରସରା ଛକରେ ନିଜ ଗ୍ରାମକୁ ଯିବାପାଇଁ ବସ୍‌ରୁ ଓହ୍ଲାଇଥିଲେ । ଏହି ସମୟରେ ଚାରିଛକପଟୁ ବୌଦ୍ଧକୁ ଆସୁଥିବା ଏକ ଚାରିଚକିଆ ଯାନ ତାଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ପଳାଇଥିଲା । ଗୁରୁତର ସୁଭଦ୍ରାଙ୍କୁ ଗ୍ରାମବାସୀ ଉଦ୍ଧାରକରି ଏକ ଅଟୋ ଯୋଗେ ପୁଣି ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ ।

hiranchal ad1
Leave A Reply

Your email address will not be published.

2 + 6 =