ଝାଡୁ କରିବାର ନୂଆ କୌଶଳ ଶିଖାଉଛନ୍ତି ସୋନୁ ସୁଦ, ଦେଖନ୍ତୁ ଭିଡିଓ

0 339

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ସକ୍ରିୟ ରହୁନ୍ତି । ତାଙ୍କର ବହୁ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।ସେ ସର୍ବଦା ସାଧାରଣ ଜନତାଙ୍କ ସହ ଜଡିତ ଅଟନ୍ତି ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି । ଏଥି ସହିତ, ତାଙ୍କର ମଜାଳିଆ ଭିଡିଓଗୁଡିକ ମଧ୍ୟ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେ କେତେବେଳେ ଶ୍ରୀନଗରର ଫୁଟପାଥରେ ଚପଲ ବିକ୍ରି କରୁଥାନ୍ତି ତ ଆଉ କେତେବେଳେ ସାଇକେଲ ଚଳାଉଥିବାରୁ ତାଙ୍କୁ ଦେଖିବାକୁ ମିଳିଥାଏ । ଏବେ ପୁଣି ଥରେ ସେ ପ୍ରଶଂସକମାନଙ୍କ ସହିତ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଝାଡୁ କରିବାର ଏକ ନୂଆ କୌଶଳ ଶିକ୍ଷା ଦେଉଥିବାର ଦେଖିବାକୁ ମିଳୁଛି ।

hiring


ସୋନୁ ସୁଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ନୂତନ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସୋନୁ ସୁଦ ସ୍ୱିପରମାନଙ୍କୁ ଝାଡୁ କରିବାର ନୂଆ କୌଶଳ ଶିଖାଉଛନ୍ତି । ଭିଡିଓରେ ସୋନୁ ସୁଦ କହିଛନ୍ତି ଯେ, ଆପଣ ଯେଉଁଭଳି ଭାବରେ ସ୍ୱିପ୍‌ କରନ୍ତି, ଏହା ବହୁତ ସମୟ ନେଇଥାଏ । ଏହି ଉପାୟରେ କଲେ କାମ ଶୀଘ୍ର ହୋଇଯିବ । ତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ତାଙ୍କର ଏହି ଭିଡିଓରେ ଏପର୍ଯ୍ୟନ୍ତ ୧.୧ ମିଲିୟନ୍‌ ଭ୍ୟୁ ଆସିଛି ।

hiranchal ad1
Leave A Reply

Your email address will not be published.

2 × 2 =