ସରକାରୀ ଜମିରେ ନିର୍ମିତ ୩ଗୋଟି ଗୃହ ଭାଙ୍ଗିଲେ ତହସିଲଦାର

0 181

ଘୁ ଉଦୟଗିରି : ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମ ପାଖରେ ଘୁ ଉଦୟଗିରି ପୂର୍ବତନ ତହସିଲଦାର ତିନି ଗରିବ ପରିବାର ତ୍ରିନାଥ ପ୍ରଧାନ, କୁନି ପ୍ରଧାନ, ପଞ୍ଚୁ ପ୍ରଧାନଙ୍କୁ ସରକାରୀ ଜମିରେ ଘରକରିବା ନିମନ୍ତେ ଜମି ପ୍ରଦାନ କରିବା ସହ ଜରି ପାଲ ମଧ୍ୟ ଯୋଗେଇ ଦେଇଥିଲେ । ୩ ପରିବାର ମୂଲିଆ ଖଟିକିଆ ପରିବାର ଏଠାରେ ନିଜର ବହୁମୂଲ୍ୟ ଶ୍ରମ ଦାନ କରିବା ସହ ବହୁଟଙ୍କା ଖର୍ଚ୍ଚରେ ଘର ନିର୍ମାଣ କରିଥିଲେ । ଗତ ୨ ବର୍ଷ ପୂର୍ବରୁ ତିଆରି କରିବା ଆରମ୍ଭ କରିଥିଲେ ଏବଂ ଗୋଟିଏ ଘର ସମାପ୍ତ ହୋଇଥିଲା ଓ ୨ ଟି ଘର କାମ ଚାଲିଥିଲା । କିନ୍ତୁ ଆଜି ସକାଳେ ସୂଚନା ଅନୁସାରେ ଗୁଡ଼ରିପୋଡି ନିକଟରେ ଗୋଟିଏ ପଟ୍ଟା କଗାରେ ୫୦ ରୁ ୬୦ ବର୍ଷ ପୂର୍ବରୁ ଏହି ୩ ପରିବାର ରହି ଆସୁଛନ୍ତି,ପରିବାରର ୧୫ ଜଣ ପାଖାପାଖି ରହୁଛନ୍ତି । ଏହି ସ୍ଥାନରେ ଜଣଙ୍କର ପଟ୍ଟା ଜାଗାରେ ରହିଥିବାରୁ ପଟ୍ଟା ଜମି ମାଲିକ କିଛି ବର୍ଷ ପୂର୍ବରେ କେଶ କଲେ ଓ ଏବେ କେଶ କୋର୍ଟରେ ରହିଛି ।ଏହାକୁ ଆଖି ଆଗରେ ରଖି ପୂର୍ବତନ ତହସିଲଦାର ଏହି ୩ ଟି ପରିବାରକୁ ଘୁ ଉଦୟଗିରି ମିନି ଷ୍ଟାଡିୟମରେ ନିକଟରେ ଘର କରିବା ପାଇ ଅଧିକାର ଦେଇଥିଲେ କିନ୍ତୁ ଆଜି ସକାଳେ ଘୁ ଉଦୟଗିରିର ବର୍ତ୍ତମାନର ତହସିଲଦାର ଜେସିବି ମାଧ୍ୟମରେ ବିନା ନୋଟିସରେ ଘର ଭାଙ୍ଗିଥିବା ହିତାଧିକାରୀ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ଯେହେତୁ ପ୍ରଶାସନ ପକ୍ଷରୁ ବିନା ନୋଟିସରେ ଘର ଭାଙ୍ଗିଦେଇଥିବା ଯୋଗୁଁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ।ଅନ୍ୟ ପକ୍ଷରେ ସ୍ଥାନୀୟ ତହସିଲଦାର ଡ଼ଃ ଜନ୍ମେଜୟ ସାହୁ କହିଛନ୍ତି ସରକାରୀ ଜମି ଜବରଦଖଲ କରି ଗୃହ ନିର୍ମାଣ କରାଯାଇଥିଲା ଆମେ ସରକାରୀ ନିୟମ ଅନୁସାରେ ପୂର୍ବରୁ ଉକ୍ତ ଜମିରେ ଗୃହ କରିଥିବା ବ୍ୟକ୍ତିଙ୍କୁ ନୋଟିସ କରିଛୁ ନୋଟିସ ପାଇବାର ସାତ ଦିନ ଭିତରେ ସାକ୍ଷାତ କରିବା ନିମନ୍ତେ ଏହାପରେ କେହି ସାକ୍ଷାତ ନ କରିବା ପରେ ପୁଣି କିଛି ଦିନ ପରେ ଆମେ ଉକ୍ତ ଗୃହ ଭାଙ୍ଗିବା ସହ ଜବରଦଖଲ ଉଛେଦ ନିମନ୍ତେ ନୋଟିସ କରିବା ସହ ଘର କାନ୍ଥ ରେ ମାରିଥିଲୁ ।ଏଣୁ ସମସ୍ତ କାର୍ଯ୍ୟ ସରକାରୀ ନିୟମ ପ୍ରକାରେ କରାଯାଇଛି । ଉଚ୍ଛେଦ ଜମିରେ ସର୍ବସାଧାରଣଙ୍କ ନିମନ୍ତେ ପାର୍କ ଏବଂ ଖୋଲା ଯିମ ନିର୍ମାଣ ହେବ ଏଣୁ ଏହି ପଦକ୍ଷେପ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

7 + 11 =