ବନ ବିଭାଗର ଚଢ଼ଉ :ଶାଳ ଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

0 176

ବାଲିଗୁଡ଼ା/ଦାରିଙ୍ଗବାଡି: ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ଚଢ଼ଉ କରି ଶାଳ କାଠ ଗଣ୍ଡି ବୋଝେଇ ଏକ ୪୦୭ ମିନି ଟ୍ରକ୍‌ ଜବତ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ ସୂଚନା ଦେଇଛନ୍ତି । ଗିରଫ କାଠ ମାଫିଆ ଜଣକ ହେଲେ ଗୁଡ଼ିକିଆ ଗ୍ରାମର ସୁବଳ ରଣସିଂ । ସୂଚନା ଅନୁଯାୟି, ବ୍ରାହ୍ମଣୀଗାଁ ବନାଞ୍ଚଳ ଅନ୍ତର୍ଗତ କୁମ୍ଭାରୀ ଗାଁ ପଞ୍ଚାୟତର ରାଜନଗଡ଼ ଗାଁ ନିକଟସ୍ଥ ଡଡ଼ାଙ୍ଗି ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ନେଇ କୁମ୍ଭାରୀ ଗାଁ ବନ ସୁରକ୍ଷା ସମିତି ସଦସ୍ୟ କାଠ ଚୋରା ଚାଲାଣ ହେବାର ସୂଚନା ପାଇ ବନ ବିଭାଗକୁ ଜଣାଇ ଥିଲେ । ଉକ୍ତ ଖବର ପାଇ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀଙ୍କ ନେତୃତ୍ୱରେ ସଦଳବଳେ ଭିନ୍ନ ଭିନ୍ନ ଦଳ ଗଠନ କରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଳମ୍ବିତ ରାତ୍ରିରେ ଚଢ଼ାଉ କରି ଉକ୍ତ କାଠ ବୋଝେଇ ଗାଡ଼ି ଜବତ କରିବା ସହ ଜଣକୁ ଗିରଫ କରିଛି ବନବିଭାଗ । ଶାଳ ଗଣ୍ଡିର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ କେଶ ନଂ ୨୩-୨୦୨୧/୨୨ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉ ବେଳେ ଗଦାପୁର ବନପାଳ ଅଞ୍ଜନ ନାୟକ, ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ସଞ୍ଜୀବ ବେହେରା,ଲକ୍ଷ୍ମଣ ବିଶିମାଝୀଙ୍କ ସମେତ ସମସ୍ତ ବନ କର୍ମଚାରୀମାନେ ଏହି ଚଢ଼ାଉରେ ସମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

3 + 8 =