ବିଲ ଆଦାୟ ପ୍ରବଳ, ସେବା ଦେବାରେ ବିଫଳ ! ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରେ ଉପଭୋକ୍ତା ହଟହଟା

0 401

ଦାରିଙ୍ଗବାଡି: ଉତ୍ତମ ତଥା ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇଦେବାକୁ ସରକାରୀ ଉଦ୍ୟୋଗରୁ ଘରୋଇ ସଂସ୍ଥା ବିଷେଷ କରି ଟାଟା ଭଳି ଆନ୍ତର୍ଜାତିକ ସ୍ତରରେ ନାମ କରୁଥିବା ସଂସ୍ଥାକୁ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି ଦକ୍ଷିଣ ଓଡ଼ିଶାରେ ସାଉଥକୋ ବିଦ୍ୟୁତ ବିତରଣ ସହିତ ସମସ୍ତ ବ୍ୟବସ୍ଥା ବୁଝୁଥିବା ବେଳେ ଗତ କିଛି ମାସ ହେଲା ଏବେ ଟାଟା ପାୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁତାର ଲିମିଟେଡ (ଟିପିଏସଓଡିଏଲ) ଦାୟିତ୍ୱ ନେଇଛି । ଦାୟିତ୍ୱନେବାର ଇତି ମଧ୍ୟରେ ଶହେ ଦିନରୁ ଅଧିକ ଦିନ ହୋଇଯାଇଥିବା ବେଳେ ସେବା ଯୋଗାଇବା ନାମରେ ଖାଉଟିଙ୍କୁ ଜୁଲମ କରାଯାଉଥିବା ଅଭିଯୋଗ ହେଉଛି । ଦାୟିତ୍ୱ ନେବାର ଶହେ ଦିନ ବିତିଯାଇଥିବା ବେଳେ ଦାୟିତ୍ୱ ନେବା ପରେ ଶହେ ଘଣ୍ଟା ସ୍ଥିର ବିଦ୍ୟୁତ ସେବା ଉପଭୋକ୍ତା ମାନଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଟାଟା ପାୱାର ଦାୟିତ୍ୱ ନେବା ପରେ ଘନ ଘନ ବିଦ୍ୟୁତ କାଟ,ଲୋ ଭୋଲ୍‌ଟେଜ ଏବଂ ମରାମତି ନାମରେ ବିଦ୍ୟୁତ ସେବା ଜାଣିଶୁଣି ବିଛିନ୍ନ କରୁଥିବା ଅଭିଯୋଗ ହେଉଥିବା ବେଳେ କିନ୍ତୁ ଟାଟା ପାୱାର କର୍ମଚାରୀ ମାନେ ବିଦ୍ୟୁତ ବିଲ ଘରକୁ ଘର ଆଦାୟ କରିବାକୁ ଯାଉଛନ୍ତି ଘରେ ଉପଭୋକ୍ତା ନଥିଲେ ବିଦ୍ୟୁତ ସଂଯୋଗ କାଟି ଦେଉଛନ୍ତି । ଏ ବାବଦରେ ଆସିଥିବା କର୍ମଚାରୀଙ୍କୁ ପଚାରିଲେ ସେବା ମିଳୁ ଅବା ନମିଳୁ ବିଦ୍ୟୁତ ବିଲ ଆମକୁ ଦେବାକୁ ବାଧ୍ୟ ନହେଲେ ଆମେ ସମସ୍ତଙ୍କ ଲାଇନ କାଟିବୁ ଆମର କେହି କିଛି କରିପାରିବେନି ଭଳି ଲୋକଙ୍କୁ ଉତ୍ତର ଦେଉଛନ୍ତି କ୍ଷ ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ର ୮ପଞ୍ଚାୟତ ଅଞ୍ଚଳରେ । ବ୍ଲକର ଶ୍ରାନିକେତା, ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡାଗୁଡା , ଗୁମିକିଆ ପର୍ତ୍ତମାହା ଆଦି ପଞ୍ଚାୟତ ଅଞ୍ଚଳରେ ପତ୍ର ହଲିଲେ ବିଜୁଳି ଚାଲି ଯାଉଥିବା ବେଳେ ସେବା ଯୋଗାଇବା ନେଇ ଯେଉଁ ତତ୍ପରତା ଟାଟା ପାୱାର ଦେଖାଇବା କଥା ତାହା ନକରି ଏହି ପଞ୍ଚ଼ାୟତ ଲୋକଙ୍କ ଉପରେ ଜୁଲମ କରିବା ଭଳି ବିଦ୍ୟୁତ ବିଲ ଆଦାୟ କରିବାରେ ବ୍ୟସ୍ତ କ୍ଷ ତିଲୋରୀ ଓ ବୁଡାଗୁଡା ପଞ୍ଚାୟତ ରେ ବିଦ୍ୟୁତ ସେବା ମାସରେ ୫ଦିନ ୨୪ଘଣ୍ଟା ରହୁନଥିବା ବେଳେ ଟାଟା ପାୱାର କର୍ମଚାରୀ ମାନେ ତିଲୋରୀ ବୁଡାଗୁଡା ଓ ସିମନବାଡ଼ି ଆଦି ପଂଚାୟତ ରେ ବିଦ୍ୟୁତ ବିଲ ଆଦାୟ ପାଇଁ ଆସି ଯେଉଁ ଭଳି ଲୋକଙ୍କୁ ଧମକାଇ ଜୋର ଜବରଦସ୍ତ ବିଲ ଆଦାୟ କରୁଛନ୍ତି ଓ ବିଦ୍ୟୁତ ସେବା କାଟି ଦେଉଛନ୍ତି ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଯଥା ପୂର୍ୱମ ତଥା ପରମ ଭଳି ବିଦ୍ୟୁତ ସେବା କେତେବେଳେ ଫୁଲବାଣୀରୁ ଫିରିଙ୍ଗିଆ ବ୍ରେକଡାଉନ ତ ଆଉ କେତେବେଳେ ସାରଙ୍ଗଡ଼ରୁ କ.ନୂଆଗାଁ ଫିଡ଼ର ବ୍ରେକଡାଉନ ଅଛି ଆମେ କଣ କରିପାରିବୁ ବୋଲି ପ୍ରତିକ୍ରିୟା ପ୍ରକାଶ କରି ବସି ରହୁଛନ୍ତି । ତେବେ ଏଭଳି ଭାବେ ଯଦି ଟାଟା ପାୱାର ସେବା ନଦେଇ କେବେଳ ବିଲ ଆଦାୟ କରିବାରେ ବ୍ୟସ୍ତ ରହି ଲୋକଙ୍କ ଉପରେ ଜୁଲମ କରି ବିଲ ଆଦାୟ କରିବେ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଅଞ୍ଚଳବାସୀ ମାନେ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ଓ ବିଭାଗୀୟ କର୍ମଚାରୀ ଙ୍କୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − sixteen =