ବିବାହ ପ୍ରୋତ୍ସାହନ ରାଶି ଦେଲା ଜିଲ୍ଲା ପ୍ରଶାସନ

0 165

ଗଜପତି,୧୩/୮- ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ । ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରିଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ଝିଅମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଲକ୍ଷ୍ମୀ ପାଇକ ନାମକ ଏକ କନ୍ୟା ଯାହାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଓ ଗ୍ରାମର ଲୋକ ମିଶି ଲକ୍ଷ୍ମୀ ପାଇକଙ୍କୁ ୧୬ ବର୍ଷ ହୋଇଥିବାବେଳେ ବିବାହ କରାଇ ଦେବାପାଇଁ ଆୟୋଜନ କରିଥିଲେ । ଏହି ବିଷୟରେ ଜିଲ୍ଲା ପ୍ରଶାସନ ଜାଣିବାପରେ ଉକ୍ତ ଶିଶୁ କନ୍ୟା ଲକ୍ଷ୍ମୀ ପାଇକଙ୍କୁ ଉଦ୍ଧାରକରି ପାରଳାଖେମୁଣ୍ଡିରେ ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ନବଜୀବନରେ ଥଇଥାନ କରାଯାଇଥିଲା । ଶିଶୁ ସେଠାରେ ରହି ପାଠ ପଢିବା ପରେ ୧୮ ବର୍ଷ ପୂର୍ଣ୍ଣହେଲା ପରେ ତାଙ୍କୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା । ଲକ୍ଷ୍ମୀଙ୍କର ଉପଯୁକ୍ତ ବିବାହ ବୟସ ହୋଇଥିବାରୁ ତାଙ୍କର ବିବାହ ନିମନ୍ତେ ବିଜୁ ଶିଶୁ ଓ ସୁରକ୍ଷା ଯୋଜନାରେ ଗତ ୧୧ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ହିତାଧିକାରୀଙ୍କୁ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − eight =