କେନ୍ଦ୍ରୀୟ ବିଦ୍ୟାଳୟରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଁ ଦାବି

0 101

ଦଶପଲ୍ଲା,୧୩/୮ – ନୟାଗଡ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଜୋର୍‌ ଧରିଛି ଦାବି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଭେଟି ବିଧିବଦ୍ଧ ଭାବେ ଦାବି ଜଣାଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ପରିସ୍ଥିତି ଦୃଷ୍ଟିରୁ ମାତ୍ର ୫୦ଟି ସିଟ ପାଇଁ ଅନୁମୋଦନ ମିଳିଥିଲା । ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରୁ ଦଶମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ିବାରୁ ବଂଚିତ ହେଉଛନ୍ତି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିଟ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଅଭିଭାବକ ସଂଘ ଦାବି ଉପସ୍ଥାପନ କରିଛନ୍ତି । ନୟାଗଡ ଜିଲ୍ଲାରୁ ସିବିଏସଇ ପାଠ୍ୟକ୍ରମରେ ୧୦ମ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ ଶହରୁ ଅଧିକ ଅଟେ । ଏକାଦଶ ଶ୍ରେଣୀରେ ପାଠ ପଢ଼ିବାପାଇଁ କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାର ଏକମାତ୍ର ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏଠାରେ କେବଳ ବିଜ୍ଞାନ ପାଠ୍ୟକ୍ରମରେ ୫୦ଟି ସିଟ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତୁରନ୍ତ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ସିଟ ସଂଖ୍ୟା ବୃଦ୍ଧି କରିବା ତଥା ବିଜ୍ଞାନ ସହିତ କଳା ଏବଂ ବାଣିଜ୍ୟ ବିଭାଗରେ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ମହାସଂଘ ପକ୍ଷରୁ ଦାବି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =