ଭାବିନା ପଟେଲଙ୍କ ସଂଘର୍ଷ କାହାଣୀ : ବର୍ଷକର ହୋଇଥିଲେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ,ଏବେ ଦେଶ ପାଇଁ ଆଣିଲେ ରୌପ୍ୟ ପଦକ

0 81

ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ମହିଳା ଏକକ ବର୍ଗ ୪ ଟେବୁଲ୍‌ ଟେନିସ୍‌ ଇଭେଣ୍ଟର ଫାଇନାଲରେ ଭବିନା ପଟେଲ ଚାଇନାର ପାରା ଆଥଲେଟ୍‌ ୟିଙ୍ଗ ଜୋଙ୍କ ସହ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅଳ୍ପକେ ସ୍ୱର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦେଶ ପାଇଁ ରୌପ ପଦକ ଜିତି ଇତିହାସ ରଚିଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଏହା ପ୍ରଥମ ପଦକ । ଫାଇନାଲରେ ଭାବିନା ୧୧-୭, ୧୧-୫, ୧୧-୬ ଚାଇନାର ଖେଳାଳି ଜୋ ୟିଙ୍ଗଙ୍କଠାରୁ ହାରିଯାଇଥିଲେ । ଏହାପୂର୍ବରୁ ଭାଭିନା ନିଜର ସେମିଫାଇନାଲ ମ୍ୟାଚରେ ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ପାରାଲିମ୍ପିକ୍‌ ଟେବୁଲ୍‌ ଟେନିସ୍‌ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଥିଲେ । ଭାବିନା ପଟେଲଙ୍କ ଏହି ଯାତ୍ରା ଅତ୍ୟନ୍ତ ଚ୍ୟାଲେଞ୍ଜିଂ । ତାଙ୍କର ଜୀବନ କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଆସନ୍ତା ଜାଣିବା ତାଙ୍କର ଜୀବନର ସଂଘର୍ଷମୟ ମୁହୂର୍ତ୍ତ ବିଷୟରେ…

୧ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ
୬ ନଭେମ୍ବର ୧୯୮୬ ରେ ଗୁଜୁରାଟର ମେହସାନା ଜିଲ୍ଲାର ବଡନଗରର ଏକ ଛୋଟ ଗାଁରେ ଜନ୍ମ ହୋଇଥିବା ଭାବିନାଙ୍କୁ ମାତ୍ର ଏକ ବର୍ଷ ବୟସରେ ପୋଲିଓ ରୋଗ ହୋଇଥିଲା । ସେହି ସମୟରେ ଭାବିନାଙ୍କ ପିତାଙ୍କ ପାଖରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା । ଯେତେବେଳେ ସେ ଚତୁର୍ଥ ଶ୍ରେଣୀରେ ପହଞ୍ଚିଲେ ସେତେବେଳେ ତାଙ୍କ ପିତା ବିଶାଖାପାଟନମରେ ଅସ୍ତ୍ରୋପଚାର କରିଥିଲେ, କିନ୍ତୁ କୌଣସି ସୁଫଳ ମିଳି ନଥିଲା । ପୁନର୍ବାସ ସମୟରେ ଭାବିନା ଅଧିକ ଧ୍ୟାନ ଦେଇନଥିଲେ ଯେଉଁଥିପାଇଁ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଭାବିନାଙ୍କୁ ତା’ପରେ ସାରା ଜୀବନ ଏକ ହ୍ୱିଲ୍‌ ଚେୟାର ଗ୍ରହଣ କରିବାକୁ ପଡିଥିଲା । ଏହି ସଂଘର୍ଷ ସହିତ ଭାବୀନା ତାଙ୍କ ଗାଁରେ ଦ୍ୱାଦଶ ମାନ୍ୟତା ଅଧ୍ୟୟନ କରିଛନ୍ତି । ସେ ଚିଠି ମାଧ୍ୟମରେ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ଉକ ଭାବରେ ଟେବୁଲ୍‌ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ
ଭାବିନା ସଉକ ଭାବରେ ଟେବୁଲ୍‌ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ । ପରେ ସେ ନିଜ ହବିକୁ ଗମ୍ଭୀରତାର ସହ ନେବା ଆରମ୍ଭ କରିଥିଲେ । ବାସ୍ତବରେ ଭାବିନା ନିଜକୁ ଫିଟ୍‌ ରଖିବା ପାଇଁ ଟେବୁଲ୍‌ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ । ଏହା ପରେ, ୨୦୧୪ ମସିହାରେ, ଭାବିନାଙ୍କର ବାପା ତାଙ୍କୁ ଅହମ୍ମଦାବାଦରେ ଅନ୍ଧ ଲୋକଙ୍କ ପାଇଁ ସ୍ଥାପିତ ଏକ ସଂସ୍ଥାକୁ ନେଇଥିଲେ, ଯେଉଁଠାରୁ ଭାବିନାର ଟେବୁଲ୍‌ ଟେନିସ୍‌ କ୍ୟାରିୟର ଆରମ୍ଭ ହୋଇଥିଲା । ଏହି ସଂସ୍ଥା ଭାବିନାଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ ମଧ୍ୟ କରୁଥିଲା ।

hiring


ସଫଳତା
ପ୍ରଫେସନାଲ ଟେବୁଲ୍‌ ଟେନିସ୍‌ ଖେଳିବାର ୩ ବର୍ଷ ପରେ ଭାବିନା ବାଙ୍ଗାଲୋରର ପାରା ଟେବୁଲ୍‌ ଟେନିସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନିଜର ପରିଚୟ ସୃଷ୍ଟି କରିଥିଲେ । ୨୦୧୧ ପିଟିଟି ଥାଇଲ୍ୟାଣ୍ଡ ଟେବୁଲ୍‌ ଟେନିସ୍‌ ଚାମ୍ପିଅନସିପ୍‌ ଜିତିବା ପରେ ତାଙ୍କର ବିଶ୍ୱ ମାନ୍ୟତା ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା । ଅକ୍ଟୋବର ୨୦୧୩ରେ ବେଜିଂ ଏସୀୟ ପାରା ଟେବୁଲ୍‌ ଟେନିସ୍‌ ଚାମ୍ପିଅନସିପ୍‌ ରେ ସେ ମହିଳା ଏକକ ଶ୍ରେଣୀ ୪ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ଗୋଟିଏ ପରେ ଗୋଟିଏ ପ୍ରଦର୍ଶନ କରି ସବୁ ସ୍ଥାନରେ ପଦକ ଜିତିବାରେ ଭାବିନା ସଫଳ ହୋଇଛନ୍ତି । ୨୦୧୮ ରେ ଏସିଆନ୍‌ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ଭାଭିନା ୨୦୧୯ ରେ ବ୍ୟାଙ୍କକକ୍‌ରେ ପ୍ରଥମ ଆନ୍ତର୍ଜାତୀୟ ଏକକ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ । ୨୦୧୧ ମସିହାରୁ ତାଙ୍କର କଠିନ ପରିଶ୍ରମ ଏବଂ ଦୁର୍ବଳତାକୁ ଭୁଲି ଭାବିନା ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ଏବଂ ଏଠାରେ ସେ ଇତିହାସ ସୃଷ୍ଟି କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + fourteen =