ସୁବର୍ଣ୍ଣପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଜି ନିର୍ଦ୍ଧାରିତ ଲଗ୍ନରେ ସମାପନ ହୋଇଛି। ପ୍ରଥମେ ମାଁ ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାହୁର ଭୋଗ ଉଠିଥିଲା। ପରେ ଏକ ବିରାଟ ପଟୁଆରରେ ପାହୁର ଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟଚଣ୍ଡୀଙ୍କ ପୀଠରେ ଭୋଗ ଲାଗି ହୋଇଥିଲା ପରେ ସମସ୍ତ ଗଡ଼ଜାତ ବାସୀ ନିଜ ନିଜ ଘରେ ପୂଜାର୍ଚ୍ଚନା ପୂର୍ବକ ନୂଆଁଖାଇ ପର୍ବ କରିଥିଲେ । ପରେ ସମସ୍ତ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ତାଙ୍କର ଆଶିର୍ବାଦ କାମନା କରିଥିଲେ। ଚଳିତ ବର୍ଷ କରୋନା କଟକଣା ହେତୁ ସମସ୍ତ ଦେବାଦେବୀ ପୀଠ ଖାଁ ଖାଁ ଅନୁଭୂତ ହୋଇଥିଲା । ହେଲେବି ବର୍ଷର ଏକ ବଡ଼ ତିହାରକୁ ସମସ୍ତେ ପରସ୍ପର ପରିବାର ମଧ୍ୟରେ ସୀମିତ ରଖି ଏ ନିଆରା ପରମ୍ପରାକୁ ପାଳନ କରିବାରେ କେହି ହେଳା କରିନଥିଲେ।