ତିନି ସପ୍ତାହ ଧରି ନମୋ ଜନ୍ମୋତ୍ସବ ପାଳନ ଘୋଷଣା: ୧୦୦ଟି ରକ୍ତଦାନ ଶିବିରର ଲକ୍ଷ୍ୟ

0 85

ସମ୍ବଲପୁର : ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ଯାଏଁ ତିନି ସପ୍ତାହ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମୋତ୍ସବ ପାଳନ କରାଯିବ । ଏହି ଅବସରରେ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ୧୦୦ଟି ରକ୍ତଦାନ ଶିବିର ଆୟୋଜିତ ହେବ । ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଆଜି ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଇରାଶିଶ ଆଚାର୍ଯ୍ୟ ଏବିଷୟରେ ସୂଚନା ଦେଇଛନ୍ତି । ଏହି ଅବସରରେ ପାର୍ଟି ପକ୍ଷରୁ ଏକ ସେବା ଓ ସମର୍ପଣ ଅଭିଯାନ ଆୟୋଜନ ବିଷୟରେ ସେ ଜଣାଇଛନ୍ତି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ନମୋକ୍ୱିଜ ର ମଧ୍ୟ କାର୍ଯ୍ୟକ୍ରମ ରହିଛି ଓ ଏଥିରେ କୃତ୍ତି ୧୦୦ଜଣଙ୍କୁ ପୁରସ୍କୃତ କରାଯିବ । ଏହି ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ’ ମଧ୍ୟ ପାଳନ କରାଯିବ ଓ ଆମର ଐତିହ୍ୟ ଓ ସମୃଦ୍ଧ ପରମ୍ପରା ବିଷୟରେ ଯୁବପିଢିକୁ ଅନୁପ୍ରାଣିତ କରାଯିବା ପାଇଁ ପ୍ରଚେଷ୍ଟା ରହିବ । ଇତି ମଧ୍ୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ସ୍ୱଚ୍ଛତା ଓ ସମ୍ମାନ ଅଭିଯାନ ଆୟୋଜିତ ହେବ । ରାଜ୍ୟ ସାରା ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ସହିତ ସେଗୁଡିକର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ କରାଯିବ । ଭାଜପାର ଗର୍ବ ରୂପେ ପରିଚିତ ଦୀନଦୟାଲ ଉପାଧ୍ୟାୟ ଅନ୍ତୋଦୟ କାର୍ଯ୍ୟକ୍ରମ ବିଷୟ ରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆଣିବା ଦିଗରେ ପ୍ରଚେଷ୍ଟା ରହିବ । ଭାଜପାର ମୁଖ୍ୟଧାରା ସହ ସାମିଲ ହୋଇ “ନବଭାରତ ମେଳା’ର ଆୟୋଜନ କରାଯିବ । ଏହି ଅବସରରେ ଶ୍ରୀ ଆଚାର୍ଯ୍ୟଙ୍କ ସହିତ ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲ, ଅଶ୍ୱିନୀ ମାଝୀ, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି ଓ ସଞ୍ଜୟ ଷଡ଼ଙ୍ଗୀ ଆଦି ମଞ୍ଚାସୀନ ରହି ସଭାକାର୍ଯ୍ୟ ସଂଚାଳନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − 5 =