ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

0 272

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର, ସୁଶ୍ରୀ ପ୍ରଧାନଙ୍କୁ ମାର୍ଶାଘାଇ, ନିରଞ୍ଜନ ସାହୁଙ୍କୁ ଛତ୍ରପୁର, ଖଗେଶ୍ୱର ପାତ୍ରଙ୍କୁ ବୀରମହାରାଜପୁର, ଆର୍ତତ୍ରାଣ ଥାଟିଙ୍କୁ ବିଜେପୁର, ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି ।ସେହିପରି ମଧୁସୂଦନ ନାୟକଙ୍କୁ ଜଗତସିଂହପୁର, ବିଜ୍ଞାନ କୁମ୍ଭାରଙ୍କୁ କଳାହାଣ୍ଡି, ଅଶ୍ୱିନୀ କୁମାର ଦାସଙ୍କୁ ବରଗଡ଼, ଶିବବ୍ରତ ତ୍ରିପାଠୀଙ୍କୁ କେନ୍ଦୁଝର, ସୁବତ୍ର ଆର. ଶତପଥୀଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର ଭାବେ ପରିବର୍ତ୍ତନ କରାଯାଇଛି । ତାପସ କୁମାର ସେଠୀ ସୁକିନ୍ଦା ଓ ଯଶୋବନ୍ତ ବେହେରା ସମଖୁଣ୍ଟା ବିଡିଓ, ପବିତ୍ର କୁମାର ସାମଲ ଖୋର୍ଦ୍ଧା ସବରେଜିଷ୍ଟ୍ରାର, ଆକାଂକ୍ଷା ଅଭିଜିତା ଷ୍ଟାଫ ସିଲେକ୍ସନ କମିଶନର ଅନୁସଚିବ ଓ ତ୍ରିଷ୍ଣା ବିଶ୍ୱାଳ ରାଜ୍ୟ ସୂଚନା କମିଶନରଙ୍କ ଅନୁସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଅଦ୍ୱୈତ କୁମାର ସ୍ୱାଇଁଙ୍କୁ ବ୍ରହ୍ମପୁର ମହାନଗର ନିଗମକୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen − four =