ନୀଳକଣ୍ଠେଶ୍ୱର ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହେବ ଆସନ୍ତାକାଲିଠାରୁ

0 85

ନବରଙ୍ଗପୁର,୧୫/୯ – ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗର ପୁନରୁଦ୍ଧାର କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ତରଫରୁ ଆସନ୍ତାକାଲିଠାରୁ ଆରମ୍ଭ ହେବ । ପାପଡାହାଣ୍ଡି ନୀଳକଣ୍ଠେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଏକକୋଟି ଟଙ୍କା ମଞ୍ଜୁର କରିବାପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ମନ୍ଦିରର ପୁରାତନ ଶିବଲିଙ୍ଗର ଚତୁଃପାଶ୍ୱର୍ ନଷ୍ଟ ହୋଇଯାଇଥିଲା । ଉକ୍ତ ଶିବଲିଙ୍ଗର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳ ଡା ଅଜିତ କୁମାର ମିଶ୍ର ନିର୍ଦ୍ଦେଶ ଦେବାପରେ ଦେବୋତ୍ତର ବିଭାଗ ତରଫରୁ ପୁରୀ ପଣ୍ଡାଙ୍କ ଏକ ସ୍ୱତନ୍ତ୍ର ୭ଜଣିଆ ବ୍ରାହ୍ମଣ ଆସନ୍ତାକାଲି ପାପଡାହାଣ୍ଡି ପହଞ୍ଚି ଶିବଲିଙ୍ଗର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବେ । ଉକ୍ତ ଶିବଲିଙ୍ଗ ମରାମତି ପାଇଁ ଗୁପ୍ତେଶ୍ୱର ଠାରୁ ୨ କ୍ୱିଣ୍ଟାଲ ଝୁଣା, ସ୍ୱତନ୍ତ୍ର କର୍ପୁର, ରାଶିତେଲରେ ଲେପ ପ୍ରସ୍ତୁତକରି ଶିବଲିଙ୍ଗର ଚତୁଃପାଶ୍ୱର୍ରେ ଲେପଦେଇ ତମ୍ବା ବଳୟରେ ଢଙ୍କାଯିବ । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

5 + 19 =