ପୂର୍ଣ୍ଣଗର୍ଭା ମହାନଦୀ ଯୋଗୁଁ ସମ୍ବଲପୁରରେ ସ୍ଥିତି ଟଳମଳ

0 110

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଏକସଙ୍ଗେ ୨୪ଟି ଗେଟ ଖୋଲି ପ୍ରାୟ ୪ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡରୁ ଅଧିକ ବନ୍ୟାଜଳ ନିଷ୍କାସନ ଯୋଗୁଁ ସମ୍ବଲପୁର ଠାରେ ମହାନଦୀ ପୂର୍ଣ୍ଣଗର୍ଭା ହୋଇ ନିଜ ବିକରାଳ ରୂପ ଦେଖାଉଛି । ଏହା ଫଳରେ ମହାନଦୀ ଉପରେ ଆଶ୍ରିତ ଲୋକେ ଅତି ଅସୁରକ୍ଷିତ ଅବସ୍ଥାରେ ସତର୍କତା ସହିତ ଗାଧୋଉଛନ୍ତି । ସ୍ଥାନୀୟ ସମ୍ବଲପୁରଠାରେ ପ୍ରାୟ ପାଞ୍ଚଟି ଉପନଦୀ ମହାନଦୀରେ ମିଶୁଛନ୍ତି, ଯେଉଁଗୁଡ଼ିକର ଧାରାପ୍ରବାହ ଅଟକିବା ସହିତ ସେଗୁଡିକରେ ଓଲଟା ମହାନଦୀର ବନ୍ୟାଜଳ ପଶୁଛି । ମନ୍ଦଲିଆ ମୁହାଣଠାରେ ଏଭଳି ପରିସ୍ଥିତି ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶି ବନ୍ୟା ପରିଦୃଶ୍ୟ ପ୍ରସ୍ତୁତ କରୁଛି । ଏହାତଳକୁ ବାଳିବନ୍ଧା ଠାରେ ସ୍ଥିତି ସୁରକ୍ଷିତ ରହିଛି, କାରଣ ସେଠାରେ ଧୋବିଯୋରରୁ ଜଳନିର୍ଗତ ସ୍ଥାନରେ ନିର୍ମିତ ସ୍ଲୁଇଶଗେଟ ବନ୍ଦ ରଖାଯାଇଛି ।

hiring

ଟାଙ୍ଗନାନାଲା ଓ ଧୋବିଯୋର ଦୁହେଁ ମିଶି ଯେଉଁ ଠାରେ ମହାନଦୀ ସହିତ ମିଶନ୍ତି, ସେହିଠାରେ ହରଡଯୋର ମଧ୍ୟ ମିଶୁଛି, କିନ୍ତୁ ସେହିଠାରେ ସୁରକ୍ଷା ଦୃଷ୍ଟିରୁ ଉଚ୍ଚ଼ବନ୍ଧ ଓ ସ୍ଲୁଇଶଗେଟ ଯୋଗୁଁ ନିୟନ୍ତ୍ରଣରେ ସ୍ଥିତି ରହିଛି । ଏହା ତଳକୁ ଲିମସରିଏନ ପାଖରେ ମହାନଦୀ ସହିତ ମାଲତୀଯୋର ମିଶୁଛି ଓ ଉକ୍ତ ମୁହାଣ ପାଖରେ ନିର୍ମିତ ଅନୁଚ୍ଚ ପୋଲ ଉପର ଦେଇ ବନ୍ୟାଜଳ ଓଲଟା ବୋହିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଣୁ ସମ୍ବଲପୁର ଓ ସୋନପୁର ମଧ୍ୟରେ ଯିବାଆସିବା କରୁଥିବା ଲୋକେ ଗୁଣ୍ଡେରପୁର ଛକରୁ ମାର୍ଗ ପରିବର୍ତ୍ତନ କରି ମାନେଶ୍ୱର ବାଟଦେଇ ଯିବାଆସିବା କରୁଛନ୍ତି । ମହାନଦୀରେ ବିପୁଳ ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉ ଥିବାରୁ ସମ୍ବଲପୁର ଏଭଳି ଅବସ୍ଥାରେ ରହିଛି ଯେ ବର୍ତ୍ତମାନ ସାମାନ୍ୟ ବର୍ଷା ହୋଇଗଲେ ସମସ୍ତ ତଳିଆ ଅଞ୍ଚଳରେ ପାଣି ପଶିବ ଓ ସେଠାକାର ଲୋକଙ୍କୁ ସୁରକ୍ଷିତ ଶିବିରମାନଙ୍କରେ ଆଶ୍ରୟ ଦେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛି ।

hiranchal ad1
Leave A Reply

Your email address will not be published.

seven + 15 =