ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକଙ୍କ ହୃଦଘାତରେ ମୃତ୍ୟୁ

0 496

ବୌଦ୍ଧ,୧୬/୯– ଗତକାଲି ରାତିରେ ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକ ମନମୋହନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ ଗତକାଲି ସେ ସ୍ୱାଭାବିକ ଭାବେ ଅଫିସରେ କାମ କରିଥିଲେ । ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ବୌଦ୍ଧ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ପୁଣି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ଡାକ୍ତର ପରୀକ୍ଷାକରି ମୃତ ଘୋଷଣା କରିଥିଲେ । ତାଙ୍କରି ମୃତ୍ୟୁ ଖବରପାଇ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ୟାଙ୍କର ସମସ୍ତ କର୍ମଚାରୀମାନେ ତାଙ୍କରି ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶେଷ ଦର୍ଶନ କରିଛନ୍ତି । ସ୍ୱର୍ଗତ ବେହେରାଙ୍କ ପରିବାର ଭୁବନେଶ୍ୱରରେ ରହୁଥିବାବେଳେ ଖବରପାଇ ଆଜି ସକାଳୁ ମେଡିକାଲରେ ପହଞ୍ଚି ନିଜ ଘର ଭୁବନେଶ୍ୱରକୁ ନେଇଯାଇଥିବା ଜଣାପଡିଛି । ଶ୍ରୀ ବେହେରା ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଥିବାରୁ ବୌଦ୍ଧସହରରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

four × 3 =