ପ୍ରତିଶୃତି ପାଇ ଆମରଣ ଅନଶନରୁ ଓହରିଲେ ଜନପ୍ରତିନିଧି

0 213

ଦାରିଙ୍ଗବାଡି,୧୭/୯ : ଦାରିଙ୍ଗବାଡି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରିଥିବା ଅଭିଯୋଗରେ ବ୍ଳକର ବ୍ଳକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟା ସଭ୍ୟ ପ୍ରମୁଖ ଆମରଣ ଅନଶନରେ ବ୍ଳକ କାର୍ଯ୍ୟାଳୟ ପରିସରରେ ବସିଥିଲେ । ତେବେ ଦିନ ୧୧ଟା ରୁ ଆମରଣ ଅନଶନ ବସିଥିବା ଜନ ପ୍ରତିନିଧି ମାନଙ୍କ ସହିତ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଂଜନ ନାୟକ ,ବିଡିଓ,ତହସିଲଦାର ଥାନା ଅଧିକାରୀଙ୍କ ଅନଶନରେ ବସିଥିବା ଜନ ପ୍ରତିନିଧି ମାନଙ୍କ ସହିତ ଭିଡିଓ କଲ ଦ୍ୱାରା ଆଲୋଚନା କରି ଜନ ପ୍ରତିନିଧି ମାନଙ୍କ ଦାବି ମୁତାବକ ଆସନ୍ତା ଅକ୍ଟୋବର ମାସ ୨ତାରିଖ ସନ୍ଧ୍ୟା ସୁଦ୍ଧା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାରିଙ୍ଗବାଡି ବ୍ଲକ ରୁ ଅନ୍ୟତ୍ର ବଦଳି କରାଯିବା ନେଇ ପ୍ରତିଶୃତି ଦେବା ସହ ଶନିବାର ଦିନ ପି.ଡି ଦାରିଙ୍ଗବାଡି ଆସି ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବା ନେଇ କହିଥିଲେ । ଏଥି ସହିତ ସରକାରୀ ଜମିରେ ଜି ଉଦୟଗିରି ବିଧାୟକ ବେଆଇନ ଭାବେ ବିଜୁ ପାଠାଗାର ନାମରେ ନିଜସ୍ୱ କୋଠା ନିର୍ମାଣ ଅଭିଯୋଗର ତଦନ୍ତ କରିବା ସହ ଉକ୍ତ ଜମିର ସ୍କେଚ ମ୍ୟାପ ବାହାର କରିବା ସହ ୭ଦିନ ମଧ୍ୟରେ ଆଇନ ଅନୁସାରେ ନିର୍ମାଣ ହୋଇଥିବା ଗୃହକୁ ସରକାର ନିଜ ଅକ୍ତିଆର କୁ ନେବା ଭଳି ପଦକ୍ଷେପ ନିଆଯିବ ଭଳି ପ୍ରତିଶୃତି ମିଳିବା ପରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ସମୟରେ ଜନ ପ୍ରତିନିଧି ମାନେ ଅନଶନରୁ ଓହରିଥିଲେ । ଦାରିଙ୍ଗବାଡି ବିଡିଓ କଳାକୃଷ୍ଣ ପ୍ରଧାନ ଅନଶନରେ ବସିଥିବା ଉପାଧ୍ୟକ୍ଷଙ୍କ ନିକଟକୁ ଯାଇ ଅନଶନରୁ ଓହରିବାକୁ କହିବାପରେ ଅନଶନରୁ ଓହରିଥିଲେ । ତେବେ ପ୍ରଶାସନ ତରଫରୁ ମିଳିଥିବା ପ୍ରତିଶୃତି ପ୍ରକାରେ ୨ତାରିଖ ମଧ୍ୟରେ ଦାବି ପୂରଣ କରାନଗଲେ ପୁନର୍ବାର ଅକ୍ଟୋବର ୩ତାରିଖରୁ ଆମରଣ ଅନଶନରେ ବସିବେ ବୋଲି ବ୍ଲକ ଅଧକ୍ଷାଙ୍କ ସମେତ ଜନ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve + four =