ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

0 101

ଗଞ୍ଜାମ : ଜରଡା ଥାନା ଅଞ୍ଚଳ ବୁରତାଲ ପଞ୍ଚାୟତର କମଳାଖତ ଗ୍ରାମର ଜନୈକ ଯୁବକ ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସୋମନାଥ ରଇତ (୨୫) । ସୂଚନା ଅନୁସାରେ କାଲି ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ସୋମନାଥ ଘର ସଉଦା କିଣିବା ପାଇଁ ଘରୁ ବାହାରି ମହେନ୍ଦ୍ର ତନୟା ନଦୀ ପାର କରି ସପ୍ତାହିକ ହାଟରେ ପହଞ୍ଚିଥିଲେ । ଘର ସଉଦା ଓ ପନିପରିବା କିଣି ପ୍ରାୟ ସାଢେ଼ ବାରଟା ସମୟରେ ହାଟରୁ ବାହାରି ଘର ମୁହାଁ ହୋଇଥିଲେ । ମହେନ୍ଦ୍ର ତନୟା ନଦୀ କୂଳରେ ପହଞ୍ଚି ସଉଦା ସହ ନଦୀ ପାର ହେବାବେଳେ ଦୁର୍ଭାଗ୍ୟ ବଶତଃ ପ୍ରଖର ସ୍ରୋତରେ ନିୟନ୍ତ୍ରଣ ହରାଇ ସୁଅରେ ଭାସିଯାଇଥିଲେ । ଅନ୍ୟପକ୍ଷରେ ସୋମନାଥ ଘରେ ପହଞ୍ଚିବାରେ ବିଳମ୍ବ ହେବା ନେଇ ପରିବାର ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା । ଗ୍ରାମବାସୀ ନଦୀର ଉଭୟ ପାର୍ଶ୍ୱ ସହ ଆଖପାଖରେ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ପରଦିନ ସକାଳ ସମୟରେ ମହେନ୍ଦ୍ର ତନୟା ନଦୀର ଦୁଇଗୋଟି ପଥର ସନ୍ଧିରେ ସୋମନାଥଙ୍କ ଶବ ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କର ମୁହଁ ଓ ମୁଣ୍ଡ ପଛଭାଗରେ ଆଘାତ କାରଣରୁ ମୃତ୍ୟୁ ଘଟିଥିବା ଜଣାଯାଇଥିଲା । ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ଜରଡା ଥାନାକୁ ସୂଚନା କ୍ରମରେ ଜରଡା ଥାନା ପକ୍ଷରୁ ଚିକିଟି ଦମକଳ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଜରଡା ପୋଲିସ ପକ୍ଷରୁ ଏସ୍ ଆଇ ରଶ୍ମିତା ସାମଲ ଓ ଚିକିଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସୋମନାଥଙ୍କ ମୃତଦେହ ଉଦ୍ଧାର ସହ ଥାନା କେସ୍ ନଂ-୦୮/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶବକୁ ବ୍ରହ୍ମପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଥିବା ସହ ତଦନ୍ତ ଜାରି ରହିଛି ବୋଲି ଜରଡା ଥାନା ଏସ୍ ଆଇ ରଶ୍ମିତା ସାମଲଙ୍କ ପକ୍ଷରୁ ସୂଚନା ରହିଅଛି ।

hiranchal ad1
Leave A Reply

Your email address will not be published.

4 − 3 =