ବାଲିଗୁଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳରେ କ୍ରୀଡ଼ା ପ୍ରେମୀଙ୍କ ମନରେ ପୁଣି ଉତ୍ସାହ ଦେଖାଦେଇଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଗୁମାପଦର ଗ୍ରାମର ଶ୍ରୀ ଜଗନ୍ନାଥ ଯୁବକ ସଂଘ ଓ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗୁମାପଦରଠାରେ ସାତ ଦିନିଆ କବାଡ଼ି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣମୋହନ ପାଣୀଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷ୍ଣମୋହନ ପାଣୀଗ୍ରାହୀଙ୍କ ସମେତ କ.ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ସାତଦିନବ୍ୟାପି ଚାଲିବ । ଏଥିରେ ଅଞ୍ଚଳର ୨୪ଟି ଦଳ ମ୍ୟାଚ୍ ଖେଳିବାକୁ ଥିବାବେଳେ ଗାନ୍ଧୀ ଜୟନ୍ତୀରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।