ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ଠାରେ ଦାରିଙ୍ଗବାଡି ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ବ୍ଲକ ଯୁବ ସଭାପତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୂଖ୍ୟ ଅତିଥି ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ l ଅତିଥିମାନେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରୁ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦେବା ସହିତ ସେମାନଙ୍କ ଦ୍ୱାରା ଦଳ ଅଧିକ ସୁସଂଗଠିତ ହୋଇପାରିବ l ଯୁବଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି, ଯୁବକ ମାନଙ୍କୁ ପ୍ରାଧ୍ୟାନ୍ୟ ଦେଲେ ଦଳ ସଂଗଠିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପଦବୀରେ ବିଜେଡି ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ସହ ଦାରିଙ୍ଗବାଡି ବ୍ଲକର ଯୁବ କର୍ମକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ଯୁବ ସଙ୍ଗଠନ କିପରି ତୃଣମୂଳ ସ୍ତରରୁ ସୁଦୃଢ଼ ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଗୁଡିକ ଦ୍ୱାରା କିପରି ଭାବରେ ଜନସାଧାରଣ ମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା l ବୈଠକରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଜିଲ୍ଲା ଉପସଭାପତି ଧନଞ୍ଜୟ ପାତ୍ର, ଜୟ ବେହେରାଙ୍କ ସମେତ, ବିଜୁ ଯୁବ ଜନତା ଦଳର ଦକ୍ଷିଣ ଓଡ଼ିଶା ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ମିଥୁନ ଦିଗାଲ, ଜିଲ୍ଲା ସଂପାଦକ ଦୀପକ ସାହୁ ଓ ବାବୁନି ପଣ୍ଡା, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସୁମିତ ସାଗର ସାମନ୍ତ ରାୟ ଓ ଦାରିଙ୍ଗବାଡି ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ରୂପକ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ ପଂଚାୟତର ବିଜୁ ଯୁବ ଜନତା ଦଳର ଯୁବ ସଭାପତି ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ l