ପୁରୀ : ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର ହେଉଛି ପ୍ରାୟ 500 କେଜିର ରୂପା ଚାଦର । ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଡାସୁରକ୍ଷା ବଳୟ ମଧ୍ୟରେ ଏହି ରୂପାକୁ ସ୍ଥାନାନ୍ତର କରାଯାଉଛି। ତେବେ ଶ୍ରୀମନ୍ଦିର କଳାହାଟ ଦ୍ୱାରରେ ରୂପା ଛାଉଣୀ ପାଇଁ ଆସିଥିଲା ଏହି ରୂପା । ଶ୍ରୀମନ୍ଦିରର 8ଟି ଦ୍ୱାର ରୂପା ଛାଉଣୀ କରାଯିବାକୁ ଥିବା ବେଳେ ସେଥିରୁ ଗତ ରଥଯାତ୍ରା ମଧ୍ୟରେ 7ଟି ଦ୍ୱାରର କାର୍ଯ୍ୟ ସରିଥିବା ବେଳେ କଳାହାଟ ଦ୍ୱାର ରୂପା ଛାଉଣୀ ହୋଇନଥିଲା । ତେବେ ଆସନ୍ତାବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାରେ କଳାହାଟ ଦ୍ୱାର କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଏହି ରୂପା ଚାଦର ଗୁଡିକୁ ଜିଲ୍ଲା ଟ୍ରେଜେରି ବା କୋଷାଗାରରେ ରଖାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।