ନୂଆଦିଲ୍ଲୀ : ଆଇପିଏଲ-୨୦୨୧ ପରେ ଧୋନୀ ଆଇପିଏଲରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ଜାରି ରହିଛି । ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଖୋଦ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ ଅବସରରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଧୋନି ଅନେକ ଖୁଲାସା କରିଛନ୍ତି । ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଧୋନି ତାଙ୍କ ଅବସର ବିଷୟରେ କହିବା ସହ ଚେନ୍ନାଇରେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସେ ଏହି ଅବସରରେ କହିଥିଲେ ଯେ, ଆପଣମାନଙ୍କୁ ମୋତେ ବିଦାୟ ଦେବାର ସୁଯୋଗ ମିଳିବ । ଆଶାକରେ ଆମେ ଚେନ୍ନାଇକୁ ଆସିବା ଏବଂ ଆମର ଶେଷ ମ୍ୟାଚ୍ ମଧ୍ୟ ଖେଳିବା ବୋଲି କହିଥିଲେ ।
ଧୋନି ଏହା କହିବା ପରେ ବର୍ତ୍ତମାନ କୁହାଯାଉଛି ଯେ ମାହି ଆଇପିଏଲର ପରବର୍ତ୍ତୀ ସିଜିନରେ ଖେଳିବେ ଏବଂ ଏହା ହୁଏତ ତାଙ୍କ କ୍ୟାରିୟରର ଶେଷ ଆଇପିଏଲ୍ ହୋଇପାରେ । ୪୦ ବର୍ଷୀୟ ଧୋନି ଆଇପିଏଲରେ ୧୧ ଥର ପାଇଁ ଚେନ୍ନାଇକୁ ପ୍ଲେ ଅଫକୁ ନେବାରେ ସଫଳ ହୋଇଛନ୍ତି ।
ଯଦିଓ ଧୋନିଙ୍କ ବ୍ୟାଟିଂ ଚଳିତ ସିଜନରେ ଭଲ ହୋଇନାହିଁ, କିନ୍ତୁ ତାଙ୍କ ଅଧିନାୟକତ୍ୱ ପ୍ରଶଂସକଙ୍କ ହୃଦୟ ଜିତିଛି । ପୁଣିଥରେ ଅଧିନାୟକତ୍ୱରେ ଧୋନି ପ୍ରମାଣ କରିଛନ୍ତି ଯେ ତାଙ୍କ ପରି କେହି ନାହାଁନ୍ତି । ଗତ ସିଜନରେ ସପ୍ତମ ସ୍ଥାନ ହାସଲ କରିବା ପରେ ଧୋନିଙ୍କ ନେତୃତ୍ୱାଧୀନ ସିଏସକେ ପ୍ରଥମ ଦଳ ଭାବରେ ଏହି ସିଜନରେ ଏକ ପ୍ଲେ ଅଫ୍ ନିଜର ସ୍ଥାନ ପକ୍କା କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ ୨୦୨୧ ରେ, ସିଏସକେ ୧୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ମଧ୍ୟ ଶୀର୍ଷରେ ରହିବାର ସୁଯୋଗ ରହିଛି । ଚେନ୍ନାଇ ସୁପର କିଙ୍ଗ୍ସର ଦଳ ୭ ଅକ୍ଟୋବରରେ ପଞ୍ଜାବ କିଙ୍ଗ୍ସ ସହିତ ଲିଗ୍ ମ୍ୟାଚ୍ ରେ ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ଜିତି ଚେନ୍ନାଇ ପୁଣିଥରେ ଶୀର୍ଷକୁ ଆସିପାରିବ ।
Sign in
Sign in
Recover your password.
A password will be e-mailed to you.