ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ,କଂଗ୍ରେସ ପକ୍ଷରୁ ୧୧ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ

0 146

ଦାରିଙ୍ଗବାଡ଼ି : ସରକାରୀ ଜମିରେ ଜି-ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବେଆଇନ କୋଠା ନିର୍ମାଣକୁ ବିରୋଧ କରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସଦଳ ତରଫରୁ ସୋମବାର୧୧ଘଣ୍ଟିଆ ବନ୍ଦ ଡାକରା ବନ୍ଦ କରିଛନ୍ତି । ଯାହାଫଳରେ ଦାରିଙ୍ଗବାଡ଼ିରେ ସମସ୍ତ ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ ରହିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ତିନି ଛକ, ଚାରି ଛକରେ ଏକତ୍ରିତ ହୋଇ ପିକେଟିଂ କରି ଯାତ୍ରୀବାହୀ ବସ ,ଜିପ ଓ ମାଲଗାଡ଼ି ବନ୍ଦ କରିବା ଫଳରେ ରାସ୍ତା କଡ଼ରେ ଠିଆ ହୋଇରହିଛି । ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରାଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାମରେ ସରକାରୀ ଜମିରେ ଗୃହ ନିର୍ମାଣ କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂଙ୍କ ସମେତ ଜନପ୍ରତିନିଧି ମାନେ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଆମରଣ ଅନଶନରେ ବସିଥିଲେ । ଜିଲ୍ଲା ପ୍ରଶାସନ ଏହା ଜାଣିବା ପରେ ଉକ୍ତ ଦିନ ରାତ୍ର ୨ ଘଣ୍ଟା ସମୟରେ ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ ବ୍ଲକ ଅଧକ୍ଷାଙ୍କୁ ଫୋନ ଯୋଗେ ଅଭିଯୋଗ ଉପରେ ତଦନ୍ତ କରିବା ସହ ଅକ୍ଟୋବର ୨ ତାରିଖ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବଦଳି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଶାସନ ୨ ତାରିଖ ମଧ୍ୟରେ ବଦଳି କରିବା ନେଇ କଥା ଦେଇଥିଲେ ସୁଦ୍ଧା ୪ ତାରିଖ ହୋଇଗଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବଦଳି କରାଗଲା ନାହିଁ କି ସରକାରୀ ଜମିରେ ହୋଇଥିବା ଘର ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଏଣୁ ଯଦି ଆସନ୍ତା ୧୦ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତାହାଲେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ କରାଯିବା ନେଇ ଲିଖିତ ଭାବେ ଘୋଷଣା କରିଥିଲେ । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯିବା ସହ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରାରେ ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ପ୍ରଧାନଙ୍କ ସମେତ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ, ବରିଷ୍ଠକର୍ମୀ କାଳୀପ୍ରସାଦ ମଲ୍ଲିକ, ଚକ୍ରଧର ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ବ୍ଲକ ସମ୍ପାଦକ ଶରତ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ସାମିଲ ହୋଇଥିଲେ l କଂଗ୍ରେସ କର୍ମୀ ମାନେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଳନ ନକରିଥିବା ଯୋଗୁଁ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ କରାଯାଇ ଆବଶ୍ୟକ ସ୍ଥଳେ ବିଧାୟକ କରିଥିବା ବେଆଇନ କୋଠାକୁ ଭାଙ୍ଗି ଦେବାକୁ ଚେତାବନୀ ଦେଇଛନ୍ତି l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ କୌଶିକ ମାଝୀ ପୋଲିସ ଫୋର୍ସ ବିଭିନ୍ନ ଛକରେ ମୁତୟନ କରି ସଜାଗ ରହିଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

10 − one =