ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ କନ୍ଧମାଳ ମାଟିର ଝିଅ ଅଞ୍ଜଳି

0 428

ଘୁ ଉଦୟଗିରି : ଦୃଢ଼ ଇଛାଶକ୍ତି ଥିଲେ ଯେତେ ବଡ଼ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ କରି ସଫଳତାର ପାହାଚ ଚଢି ହୋଇଥାଏ। ଏହିଭଳି ଜଣେ ମହିଳା ନିଜସ୍ୱ ଉଦ୍ୟମ ଦୃଢ଼ ଇଛାଶକ୍ତି ବଳରେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି କନ୍ଧମାଳ ମାଟିର ଝିଅ ଅଞ୍ଜଳି ମାଝୀ ।୨୦୧୮ ମସିହାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ୧୦୮ନଂ ସ୍ଥାନ ହାସଲ କରିଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲିର ଜଣେ ଚାଷୀ ପରିବାରର ଝିଅ ହେଉଛନ୍ତି ଅଞ୍ଜଳି। ପିତା ଭୁଲେଶ୍ୱର ମାଝି, ଜଣେ ଚାଷୀ। ମା କାନ୍ତି ମାଝୀ ଜଣେ ଗୃହିଣୀ। ଅଞ୍ଜଳିଙ୍କ ଜନ୍ମ ୫ ମଇ୧୯୯୭ ମସିହାରେ। ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଟିକାବାଲି ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢିବା ପରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢି ୨୦୧୨ ମସିହାରେ ୮୬.୫% ମାର୍କ ରଖି ଉତୀର୍ଣ୍ଣ ହେବା ପରେ ଭୁବନେଶ୍ୱର ହାଇଟେକ ସାଇନ୍ସ କଲେଜରେ +୨ରେ ପାଠ ପଢି ୨୦୧୪ ମସିହାରେ ୭୨% ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇ ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ସ୍ନାତକ କରି ୨୦୧୮ ମସିହାରେ ୮୬% ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ। ଏହାପରେ ଅଞ୍ଜଳି ଟିକାବାଲିରେ ରାକେଶ କୁମାର ଦୁଗାଳଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ବାମୀ ରାକେଶ ସ୍ତ୍ରୀ ଅଞ୍ଜଳିଙ୍କ ଶିକ୍ଷା କ୍ଷେତ୍ରରେ ଥିବା ଦକ୍ଷତା କିଛି କରିବାର ଉଚ୍ଚ ଅଭିଳାଶ ଦେଖି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ। ସ୍ୱାମୀ ରାକେଶ ଜଣେ ସହକାରୀ ଶିକ୍ଷକ। ଅଞ୍ଜଳି ନିଜ ଶାଶୁ ଘର ଲୋକଙ୍କ ଘରକଥା ବୁଝିବା ସହ ଓଏଏସ ପରୀକ୍ଷା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କଲେ। ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରିଥିଲେ। କୌଣସି କୋଚିଂ ନ ନେଇ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କ୍ରମିକ ନଂ ୧୦୮ରେ ସେ ରହିଛନ୍ତି। ଅଞ୍ଜଳି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଜି ଯେଉଁ ସଫଳତା ପାଇଛନ୍ତି ତା ପଛରେ ତାଙ୍କ ସ୍ୱାମୀଙ୍କ ପ୍ରଛନ୍ନ ହାତ ରହିଥିବା ବେଳେ ଶାଶୁଘର ଲୋକଙ୍କ ସହଯୋଗ ବାପା ମାଙ୍କ ଆଶୀର୍ବାଦ ସହ ନିଜ ଦୃଢ଼ ଇଛାଶକ୍ତି ପରିଶ୍ରମ ଯୋଗୁଁ ସେ ଆଜି ଏହି ସଫଳତାର ପାହାଚ ଚଢିପାରିଛନ୍ତି। ଅଞ୍ଜଳିଙ୍କ ଭଳି ଜଣେ ଗୃହିଣୀ ନିଜସ୍ୱ ଉଦ୍ୟମ ବଳରେ ଯେଉଁ ସଫଳତା ପାଇଛନ୍ତି କନ୍ଧମାଳ ଜିଲ୍ଲା ପାଇଁ ଏକ ଗୌରବ ଆଣିବା ସହ ଜିଲ୍ଲାର ଯୁବ ପୀଢ଼ିଙ୍କ ଆଦର୍ଶ ପାଲଟିଛନ୍ତି।

hiranchal ad1
Leave A Reply

Your email address will not be published.

four × four =