ମନୀଷ ମୃତ୍ୟୁ ମାମଲା; ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

0 306

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣା। ମନୀଷଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା । ପୂର୍ବରୁ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି । ଏହା ସହ ଆତ୍ମସମର୍ପଣ କରିଥିବା ୨ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ମନୀଷଙ୍କୁ ନିଆଯାଇଥିବା କାରର ସନ୍ଧାନ ମଧ୍ୟ ଗତକାଲି ମିଳିଛି । ପାତ୍ରପଡ଼ା ସାଉଥ ସିଟି ହୋଟେଲକୁ ନିଆଯାଇଥିବା କାର ଠାବ ହୋଇଛି । ମନୀଷ ୨ ଜଣଙ୍କ ସହ ଗୋଟିଏ କାରରେ ସାଉଥ ସିଟି ଯାଇଥିଲେ । ଅନ୍ୟପଟେ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି, ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି । ଏନେଇ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ଗତ କଲି ସୂଚନା ଦେଇଥିଲେ ।

hiring

hiranchal ad1
Leave A Reply

Your email address will not be published.

12 + fourteen =