ବଢିଲା ବସ୍‌ ଭଡ଼ା; ସାଧାରଣ ବସ୍ କିମି ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି

0 89

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା । କ୍ରମାଗତ ଭାବରେ ତୈଳଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବଢ଼ିଲା ଯାତ୍ରାବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୩ରୁ ୯୬ ପଇସା ବଢ଼ିଛି । ସେହିପରି ଡିଏକ୍ସ ବସ୍ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଏହାସହିତ ଏସି ଡିଲକ୍ସ ବସ୍ ଭଡ଼ା ୧.୫୭ରୁ ୧.୬୩ ପଇସାକୁ ବଢ଼ିଛି । ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୪୪ରୁ ବଢ଼ି ୨.୫୩ ପଇସା ହୋଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

hiranchal ad1
Leave A Reply

Your email address will not be published.

seven + nine =