ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା କୋଣାର୍କର ସୂର୍ଯ୍ୟ ମନ୍ଦିର

0 73

ପୁରୀ : ଭାରତର ଜାତୀୟ ପତାକା ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟ ମନ୍ଦିରର ସମ୍ପୂର୍ଣ୍ଣ ଅଂଶକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗରେ ରଙ୍ଗୀନ କରିବା ପାଇଁ ସୂର୍ଯ୍ୟ ମନ୍ଦିରକୁ ତିନି ରଙ୍ଗର ଆଲୋକ ମାଳାରେ ରଙ୍ଗୀନ ହୋଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧିନତାର ଅମୃତ ମହୋତ୍ସବର ପୂର୍ତ୍ତିକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ସୂର୍ଯ୍ୟ ମନ୍ଦିରକୁ ଟ୍ରାଇ ଲାଇଟରେ ସଜାଇବା ସହିତ ସାରା ଦେଶରେ ଗତ ଦୁଇ ବର୍ଷ ଧରି ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ତାଣ୍ଡବରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ଅଗ୍ରଧିକାର ଦେଇଥିବା ଏହି ମହା ଟିକାକରଣ ଅଭିଯାନ ୧୦୦ କୋଟି ରେ ପହଁଚିଛି । ଯାହାର ଖୁସିରେ ସାରା ଦେଶରେ ବିଭିନ୍ନ ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ଚିହ୍ନଟ କରାଯାଇ ସେଗୁଡିକୁ ଏଭଳି ଟ୍ରାଇ ଲାଇଟରେ ଝଲସିଛି । ଯେଉଁଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ସାମିଲ ରହିଛି । ବିଭିନ୍ନ ଐତିହ୍ୟ ସ୍ଥଳୀରେ ଏଭଳି ଟ୍ରାଇ ଲାଇଟ ସହ ଟିକାକରଣ ଲୋଗୋ ଦ୍ୱାରା ଝଲସୁଥିଲା ବେଳେ ଏହାକୁ ମନଭରି ଉପଭୋଗ କରିଥିଲେ ପର୍ଯ୍ୟଟକ ।

hiranchal ad1
Leave A Reply

Your email address will not be published.

3 × one =