ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା

0 91

ସୁବର୍ଣ୍ଣପୁର,୨୫/୧୦ – କଳାହାଣ୍ଡି ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସଂପୃକ୍ତ ଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଜିଲ୍ଲାର ବୀରମହାରାଜପୁର ବ୍ଳକକୁ ସକାଳୁ ସକାଳୁ ସମସ୍ତେ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଜରୁରୀ ସେବାକୁ ବାଦ୍‌ଦେଲେ ଦୋକାନ ବଜାର ସହିତ ଗାଡି ଚଳାଚଳ ସବୁ କିଛି ଠପ୍‌ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ବୀରମହାରାଜପୁର ମୁଖ୍ୟଛକରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି କେଶରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ଆଜି ଏହି ବନ୍ଦ୍‌ ପାଳନ କରାଯାଇଛି । ଏହାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହିତ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଦାବି କରିଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

4 × two =