ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସ୍ୱର୍ଣ୍ଣପ୍ରାସନ ବିନ୍ଦୁ ସେବନ

0 64

ଗଞ୍ଜାମ : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା ଶିଶୁରୋଗ ବହିର୍ବିଭାଗରେ ସ୍ୱର୍ଣ୍ଣପ୍ରାସନ ବିନ୍ଦୁ ସେବନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ-୧୯ର ଦ୍ଵିତୀୟ ଲହର ପରେ ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯକ୍ରମ ତୃତୀୟ ଥର ପାଇଁ ଆୟୋଜିତ ହେବା ସହିତ ଜନ ମାନସରେ ବିଶେଷ ଆଦୃତ ହୋଇଥିବାର ସୂଚନା ମିଳିଅଛି । ପ୍ରଥମ ସ୍ୱର୍ଣ୍ଣପ୍ରାସନ ଦିନାଙ୍କରେ ୮୦୦ ଶିଶୁ, ଦ୍ଵିତୀୟ ଅଭିଯାନରେ ୧୫୦୦ ଶିଶୁ ତଥା ତୃତୀୟ ଦିନାଙ୍କରେ ୨୦୦୦ରୁ ଉର୍ଦ୍ଧ୍ବ ଶିଶୁ ସ୍ୱର୍ଣ୍ଣପ୍ରାସନ ବିନ୍ଦୁସେବନ କରିଥିବା ଅଧ୍ୟକ୍ଷ ପ୍ରଫେସର ଡ଼ା. ବିପିନ ବିହାରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସାମ୍ଭାବ୍ୟ ବାହ୍ୟ ସଂକ୍ରାମକ ରୋଗରୁ ରକ୍ଷା ତଥା ଶିଶୁର ମାନସିକ, ଶାରୀରିକ, ବୌଦ୍ଧିକ ତଥା ସର୍ବବିଧ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ସ୍ୱର୍ଣ୍ଣପ୍ରାସନରେ କୁକୁଡ଼ାଖଣ୍ଡି, ମସିଆଖାଲି, ବୋରିଗାଁ, ଜଗଦଳପୁର, ଭାବିନପୁର, ରତନପୁର, ଝେଡ଼ାଙ୍କୁଲି, ନିମଖଣ୍ଡି, କାଉଖତ, ହିଞ୍ଜିଳିକାଟୁ, ମକରଝୋଳ, ସମରଝୋଳ ଆଦି ଅଞ୍ଚଳର ଶିଶୁ ଓ କିଶୋର, କିଶୋରୀ ମାନେ ଅତ୍ୟନ୍ତ ଆଗ୍ରହର ସହିତ ଉକ୍ତ ସ୍ୱର୍ଣ୍ଣପ୍ରାସନ ସେବନ କରିଥିବା ଆମ ପ୍ରତିନିଧି ସୂଚନା ଦେଇଛନ୍ତି । ଶିଶୁରୋଗ ବିଭାଗର ପ୍ରମୁଖ ଡ଼ା. ବିମଳ କୁମାର ପଣ୍ଡାଙ୍କ ବଳିଷ୍ଠ ନେତୃତ୍ବରେ କାର୍ଯକ୍ରମ ସମ୍ପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ପ୍ରଭାକର, ଡ଼ା. ଶିବପ୍ରସାଦ, ଡ଼ା. ଚିନ୍ମୟ, ଡ଼ା. ବଳରାମ, ଡ଼ା. ନିବେଦିତା, ଡ଼ା. ଶିବାନୀ, ଡ଼ା. ଘାସିରାମ, ଡ଼ା. ଅଶ୍ୱିନୀ, ଡ଼ା. ସ୍ବପ୍ନା, ଡ଼ା. ଅଂଶୁମାନ, ଡ଼ା. ଅର୍ପିତା, ଡ଼ା. ସୌଭାଗ୍ୟ, ଡ଼ା. ସ୍ଥିତପ୍ରଜ୍ଞା, ଡ଼ା. ପ୍ରଦୀପ୍ତ, ଡ଼ା. ବିପିନ ବିହାରୀ ସାହୁ, ଡ଼ା. ବନ୍ଦିତା, ଡ଼ା. ଆଦିକନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଡ଼ାବର ଭାରତ କମ୍ପାନୀ ତରଫରୁ ଶ୍ରୀମାନ ସୁଜିତ୍ କୁମାର ପାତ୍ର ଉପସ୍ଥିତ ରହି କାର୍ଯକ୍ରମକୁ ସମ୍ପାଦନ କରିଥିଲେ । ଉକ୍ତ ସ୍ୱର୍ଣ୍ଣପ୍ରାସନ ଅଭିଯାନ ପ୍ରତ୍ୟେକ ମାସ ପୁଷ୍ୟା ନକ୍ଷତ୍ରରେ ଜାରି ରହିବା ସହ ଆଗମୀ ନଭେମ୍ବର ୨୫ ରେ ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ଖୁଣ୍ଟିଆ ମହୋଦୟ ସୂଚନା ଦେଇଅଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − fifteen =