ଅଣ ସଂକ୍ରାମକ ରୋଗ ସଚେତନତା ପାଇଁ ଭିଡିଓ ସୋ’ ଆରମ୍ଭ

0 86

ସୁବର୍ଣ୍ଣପୁର ୫।୧୧ : ସୁବର୍ଣ୍ଣପୁର ଜିଲ୍ଲାର ଅଣ ସଂକ୍ରାମକ ରୋଗ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅଡିଓ ଭିଜୁଆଲ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ଆଜି ଡାକ୍ତର ରାମ ଶଙ୍କର ତ୍ରିପାଠୀ ଉପସ୍ଥିତ ରହି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏଭି ଭ୍ୟାନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଅଶୋକ ମିଶ୍ର, ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର, ଫାର୍ମାସିଷ୍ଟ ଅଞ୍ଜଳି ଛତରିଆ, ଫାର୍ମାସିଷ୍ଟ ଦେବାଶିଷ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଗାମୀ କିଛିଦିନ ପାଇଁ ଏହି ଭ୍ୟାନଟି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ବୁଲି ସାପ୍ତାହିକ ହାଟ ଅଂଚଳରେ ଭିଡିଓ ସୋ’ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି।

hiranchal ad1
Leave A Reply

Your email address will not be published.

thirteen + 8 =