ଆନ୍ତର୍ଜାତିକ ସୁନାମି ସଚେତନତା ଦିବସ ପାଳିତ; ୬ ବ୍ଲକର ୧୯ଟି ସ୍ଥାନରେ ମକଡ୍ରିଲ

0 89

ପୁରୀ ୦୬।୧୧ : ପୁରୀରେ ପାଳିତ ହେଉଛି ଆନ୍ତର୍ଜାତିକ ସୁନାମି ସଚେତନତା ଦିବସ । ଏହି ଅବସରରେ ଜିଲ୍ଲାର ପୁରୀ ପୌରସଂସ୍ଥା ଓ ୫ ଟି ବ୍ଲକ ସମେତ ୧୯ଟି ସ୍ଥାନରେ ସକାଳ ସାଢେ ୯ ଘଟିକା ସମୟରେ ଏକ ସଙ୍ଗରେ ମକଡ୍ରିଲ ଅନୁଷ୍ଠିତ ହୋଇଛି । ହାଇଦ୍ରାବାଦ ସ୍ଥିତ ଇଣ୍ତିଆନ ନ୍ୟାସନ୍ୟାଲ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ (ଇନକଏସ) ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ମିଳିତ ଅନୁକୂଲ୍ୟରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି । ଏଥିରେ ଅଗ୍ନିଶମ ବିଭାଗ, ବେସରକାରୀ ସଂସ୍ଥା, ଆପଦମିତ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ଟାସ୍କଫୋର୍ସ କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ସୁନାମି ବାର୍ତ୍ତା ପାଇବା ମାତ୍ରକେ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହିବା, ଗର୍ଭବତୀ, ପ୍ରସୂତି, ଦିବ୍ୟାଙ୍ଗ, ବୟସ୍କ ଓ ଛୋଟପିଲାଙ୍କୁ କିଭଳି ନିରାପଦ ସ୍ଥାନକୁ ନିଆଯିବ ଏ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ନିଜ ନିକଟରେ ଥିବା ସାମଗ୍ରୀ ଓ ଉପସ୍ଥିତ କୌଶଳ ଅବଲମ୍ବନ କରି ଧନଜୀବନ ରକ୍ଷା କରାଯାଇ ପାରିବ ଏନେଇ ମକଡ୍ରିଲ ଅନୁଷ୍ଠିତ ହୋଇଛି । ଅସ୍ତରଙ୍ଗର କେଉଟଜଙ୍ଗ, ତଣ୍ତାଧାର, ଉଦୟକଣି, ବ୍ରହ୍ମଗିରିର ସିପସରୁବାଲି, ବଳଭଦ୍ରପାଟଣା, ମୋଟୋ, ଗୋପ ବ୍ଲକର ଖାଲକଟପାଟଣା, ବାଙ୍ଗର, ଚନ୍ଦ୍ରଭାଗା ନୋଳିଆ ସାହି, କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା, ତିତିପ, ସିଆଣ୍ତି, ପୁରୀ ସଦରର ବେଳଦଳ, ଶଙ୍କରପୁର, ବାଲୁଖଣ୍ତ ଏବଂ ପୁରୀ ପୌରସଂସ୍ଥାର ପେଣ୍ଠକଟା ଠାରେ ଏହି ମକଡ୍ରଲ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂପୃକ୍ତ ବିଡିଓ, ଓସଡମା ବିଶେଷଜ୍ଞ ଡଃ ଭୋଳାନାଥ ମିଶ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × three =