ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍; ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

0 82

ବାଲିଗୁଡ଼ା ୦୬।୧୧ : ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇବା ପରେ ବିଲ୍ ଅଟକି ରହିଛି । ସେପଟେ କାମ ଠିକ୍ ହୋଇଛି ଏବଂ ସରପଞ୍ଚ ଓ ଯନ୍ତ୍ରୀଙ୍କ ତତ୍ବାବଧାନରେ କାର୍ଯ୍ୟ ହୋଇଥିବା କହିଛନ୍ତି ଠିକାଦାର ଓ ବାଟାଗୁଡ଼ା ସରପଞ୍ଚ ମେନକା ପ୍ରଧାନ । ବିଲ୍ ହେଲେ ଠିକାଦାର ଓ ଶ୍ରମିକ ଉପକୃତ ହୋଇପାରିବେ । ଏଣୁ ଯଥାଶୀଘ୍ର ବିଲ୍ କରିବା ପାଇଁ ବାଲିଗୁଡ଼ା ବିଡିଓଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ ।

hiranchal ad1
Leave A Reply

Your email address will not be published.

eleven + nine =