ଓଡଗାଁ ତହସିଲରେ ସ୍ଥାପିତ ହେବ ୪ ଆରଆଇ ସର୍କଲ

0 75

ଦଶପଲ୍ଲା  ୦୬।୧୧ : ଓଡ଼ଗାଁ ତହସିଲର ନୂତନ ଆରଆଇ ସର୍କଲ ଭାବେ ସ୍ୱୀକୃତି ପାଇଥିବା କୁରାଳ, ପନ୍ତିଖାରୀ, ଶରଧାପୁର ଓ କଜଳାଇପଲ୍ଲୀ ସରକାରଙ୍କ ପକ୍ଷରୁ ଅନଲାଇନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେବ । ଓଡ଼ଗାଁ ତହସିଲ ଅଧୀନରେ ଜନସାଧାରଣଙ୍କୁ ତତ୍କାଳ ସେବା ଯୋଗାଇଦେବା ପାଇଁ ମାତ୍ର ୯ଟି ଆରଆଇ ସର୍କଲ କାର୍ଯ୍ୟକ୍ଷମ ଥିବାବେଳେ ଆଉ ନୂତନ ୪ଟି ପାଇଁ ସ୍ୱୀକୃତି ମିଳିବାପରେ ଆରଆଇ ସର୍କଲ ସଂଖ୍ୟା ୧୩ରେ ପହଁଚିଛି । ଫଳରେ ଜନସାଧାରଣ ଖୁବଶୀଘ୍ର ପଟ୍ଟାପତ୍ର ଓ ଦାଖଲ ଖାରଜ ମାମଲାର ସୁବିଧା ଦ୍ୱାରଦେଶରେ ପାଇପାରିବେ । ନୂତନ ସ୍ବୀକୃତି ମିଳିଥିବା ସର୍କଲ ଗୁଡିକରେ ଯଦ୍ୟପି ଗୃହ ନିର୍ମାଣ ହୋଇପାରିନଥିବ ତେବେ ଭଡାଘରେ କାର୍ଯ୍ୟାଳୟ ଚାଲିବ ବୋଲି ତହସିଲଦାର ବିଜୟିତା ସାମନ୍ତସିଂହାର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =