ପ୍ରାକ୍ ନିର୍ବାଚନୀ ହିଂସା; ବଡଭାଇ ଉପରକୁ ବୋମା ପକାଇଲା ସାନଭାଇ

0 182

ଦଶପଲ୍ଲା ୦୬।୧୧ : ଜନଗହଳିପୂର୍ଣ୍ଣ ବାହାଡାଝୋଲା, ମାଣିକ ପାଟଣା ଟ୍ରାଫିକ୍ ଛକରେ ହୋଇଛି ବୋମାମାଡ଼ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫୁଟିଲା ବୋମା । ବଡ଼ଭାଇକୁ ବୋମାମାଡ଼ କରିଛି ସାନଭାଇ । ଭାଇ ଭାଇ ଭିତରେ ନିର୍ବାଚନୀ ହିଂସା ଦେଖା ଦେଇଥିବା ଜଣାପଡିଛି । ତେବେ ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଏଭଳି ଖବର ଆସିଛି ଓଡ଼ଗାଁ ଥାନା ଅଞ୍ଚଳରେ ଥିବା ନୂଆଗାଁ ବ୍ଲକର ବାହାଡାଝୋଲା ପଞ୍ଚୟତରେ । ସୂଚନାନୁସାରେ, ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚନରେ ଥିବା ବାହାଡାଝୋଲା ମାଣିକପାଟଣା ସାହିର ସ୍ୱର୍ଗତ ବନମାଳୀ ନାୟକଙ୍କ ବଡ଼ପୁଅ ପ୍ରଦୀପ ନାୟକ(୩୩) ଓ ସାନପୁଅ ଦିଲ୍ଲୀପ ନାୟକ ରହୁଥିଲେ । ଉଭୟଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ତିକ୍ତତା ଓ ଛକାପଞ୍ଝା ଲାଗି ରହିଥିଲା । ତେବେ ଏହାର ବଦଲା ନେବା ପାଇଁ ସାନଭାଇ ଦିଲ୍ଲୀପ ସୁଯୋଗ ଖୋଜୁଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଦୀପ ବାହାଡାଝୋଲା ଟ୍ରାଫିକ୍ ଛକଠାରେ ବୁଲାବୁଲି କରୁଥିବା ବେଳେ ଏହାର ସୁଯୋଗ ନେଇ ସାନଭାଇ ଦିଲ୍ଲୀପ ବୋମାମାଡ଼ କରିଥିଲା । ଯାହାଫଳରେ ବଡ଼ଭାଇ ଘଟଣାସ୍ଥଳରେ ପଡିଯାଇଥିଲା । ପ୍ରଦୀପକୁ ପ୍ରଥମେ ଓଡ଼ଗାଁ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରଦୀପକୁ କଟକ ବଡ଼ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସେପଟେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାନଭାଇ ଦିଲ୍ଲୀପକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

three × four =